ଟୁଇନ୍ ସିଟି ମଦ ବାରଗୁଡ଼ିକରେ ବାଉନ୍ସର ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୁଇନସିଟି ଭୁବନେଶ୍ୱର ଓ କଟକରେ ଥିବା ମଦ ବାରଗୁଡ଼ିକରେ ବାଉନ୍ସର ରଖିପାରିବେ ନାହିଁ । ବାର ମାଲିକମାନେ କେବଳ ପଞ୍ଜିକୃତ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିଗୁଡ଼ିକଠୁ ସୁରକ୍ଷା କର୍ମଚାରୀଙ୍କୁ ନେଇ ନିଜ ବାରରେ ନିୟୋଜିତ କରିପାରିବେ । ଏହି ମଦ ବାରଗୁଡ଼ିକରେ ନିୟୋଜିତ ହେଉଥିବା ବାଉନ୍ସରମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ମିଳିବା ପରେ ନଭେମ୍ବର ୧ରେ ଟୁଇନସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୂପ ନିର୍ଦ୍ଦେଶନାମା ୨ମାସ ପାଇଁ ଜାରି କରିଥିଲେ । ଏବେ ପୁଣିଥରେ […]

Bouncers

Ordigital Desk
  • Published: Monday, 14 March 2022
  • , Updated: 14 March 2022, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୁଇନସିଟି ଭୁବନେଶ୍ୱର ଓ କଟକରେ ଥିବା ମଦ ବାରଗୁଡ଼ିକରେ ବାଉନ୍ସର ରଖିପାରିବେ ନାହିଁ । ବାର ମାଲିକମାନେ କେବଳ ପଞ୍ଜିକୃତ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିଗୁଡ଼ିକଠୁ ସୁରକ୍ଷା କର୍ମଚାରୀଙ୍କୁ ନେଇ ନିଜ ବାରରେ ନିୟୋଜିତ କରିପାରିବେ । ଏହି ମଦ ବାରଗୁଡ଼ିକରେ ନିୟୋଜିତ ହେଉଥିବା ବାଉନ୍ସରମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ମିଳିବା ପରେ ନଭେମ୍ବର ୧ରେ ଟୁଇନସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୂପ ନିର୍ଦ୍ଦେଶନାମା ୨ମାସ ପାଇଁ ଜାରି କରିଥିଲେ । ଏବେ ପୁଣିଥରେ କମିଶନରେଟ ପୁଲିସ ୨୦୨୨ ମାର୍ଚ୍ଚ ୧୧ରୁ ମଇ ୯ତାରିଖ ପର୍ଯ୍ୟନ୍ତ ପୂର୍ବ କଟକଣାକୁ ବଳବତ୍ତର ରଖିଛନ୍ତି ।

ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଯେ, ଟୁଇନସିଟି କମିଶନରେଟ ପୁଲିସ ଅଂଚଳରେ ଥିବା ମଦ ବାରଗୁଡ଼ିକର ସୁରକ୍ଷାରେ ତା’ର ମାଲିକମାନେ ବାଉନ୍ସର/ ନିଜସ୍ୱ ସୁରକ୍ଷାକର୍ମୀ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏଭଳି ସୁରକ୍ଷାକର୍ମୀମାନଙ୍କ ନାଁରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନ୍ସର ମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ କରିବାର ଆଶଙ୍କା ରହୁଛି । ଏଣୁ ଉଭୟ ଭୁବନେଶ୍ୱର ଓ କଟକରେ ଥିବା ବାର ମାଲିକମାନଙ୍କ ପାଇଁ ପୁଲିସ କମିଶନର ଆସନ୍ତା ୨ମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାର ମାଲିକମାନେ ନିଜ ଅଂଚଳର ଡିସିପିଙ୍କଠୁ ସୁରକ୍ଷା କର୍ମଚାରୀଙ୍କ ସମ୍ପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଂଚ କରିବା ବାଧ୍ୟତାମୂଳକ । ପଞ୍ଜିକୃତ ଘରୋଇ ସିକ୍ୟୁରିଟି ଏଜେନ୍ସିମାନଙ୍କଠୁ ବାର ମାଲିକମାନେ ଆଣି ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀମାନଙ୍କ ବିଷୟରେ ସ୍ଥାନୀୟ ପୁଲିସକୁ ଲିଖିତ ଭାବେ ବାର ମାଲିକମାନେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀମାନେ ସାଧାରଣ ଆଇନ ପରିସରଭୁକ୍ତ ରହିବେ । ଆବଶ୍ୟକସ୍ଥଳେ ୧୧୨ ନମ୍ବରକୁ କଲ୍ କରି ଏହି ସୁରକ୍ଷା କର୍ମଚାରୀମାନେ ଆବଶ୍ୟକ ସୂଚନା ଦେଇପାରିବେ । କୌଣସି ପରିସ୍ଥିତିରେ ବି ଏହି ସୁରକ୍ଷାକର୍ମୀମାନେ ଗ୍ରାହକଙ୍କ ମୌଳିକ ଅଧିକାରକୁ ଉଲ୍ଲଘଂନ କରିପାରିବେ ନାହିଁ ବୋଲି ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି ।

Related story