ଖୋଲିବ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ୍ତାହିକ ସଟଡାଉନ୍ ଓ ରାତ୍ରିକାଳୀନ ଲକଡାଉନକୁ ଉଠାଇ ଆର୍ଥିକ ଓ ବ୍ୟବସାୟିକ କାରବାରକୁ ପ୍ରୋତ୍ସାହିତ କରିଥିବା ରାଜ୍ୟ ସରକାର ଆଜି ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବା ନିମନ୍ତେ ଅନୁମତି ଦେଇଛନ୍ତି। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ରାମଚନ୍ଦ୍ର ଯାଦବ ଆଜି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ, ପଶ୍ଚିମଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖି […]

bar

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 10:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ୍ତାହିକ ସଟଡାଉନ୍ ଓ ରାତ୍ରିକାଳୀନ ଲକଡାଉନକୁ ଉଠାଇ ଆର୍ଥିକ ଓ ବ୍ୟବସାୟିକ କାରବାରକୁ ପ୍ରୋତ୍ସାହିତ କରିଥିବା ରାଜ୍ୟ ସରକାର ଆଜି ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବା ନିମନ୍ତେ ଅନୁମତି ଦେଇଛନ୍ତି।

ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ରାମଚନ୍ଦ୍ର ଯାଦବ ଆଜି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ, ପଶ୍ଚିମଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖି ଅଗଷ୍ଟ ୩୧ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି କୋଭିଡ୍‌-୧୯ ସଂକ୍ରମଣ ରୋକିବା ସଂକ୍ରାନ୍ତ ନିର୍ଦ୍ଦେଶନାମାର ଧାରା-୨ ଆଧାରରେ ଏସଓପି ପାଳନ କରି ରେଷ୍ଟୁରାଣ୍ଟ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ତେବେ ଯେଉଁଠି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବ, ସେଠାରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ଉପରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିବା କୋଭିଡ୍ -୧୯ ସଂକ୍ରମଣ ରୋକିବାକୁ ନିର୍ଦ୍ଦେଶନାମା ବା ଗାଇଡ଼ଲାଇନରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ପର୍ଯ୍ୟଟନ ବିଭାଗ ଏନେଇ ଆଜି ରିଲିଫ କମିଶନରଙ୍କ ଅଗଷ୍ଟ ୩୧ତାରିଖର ନିର୍ଦ୍ଦେଶରେ କ୍ଲଜ-୨(କଣ୍ଟେନମେଣ୍ଟ ଜୋନ୍ ବାହାରେ ବିଭିନ୍ନ ଗତିବିଧି)କୁ ଉଦ୍ଧାର କରି ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର ଖୋଲିବାକୁ ଅନୁମତି ଦେଇଛି। କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ଏସଓପି ଏବଂ ଓଡ଼ିଶା ସରକାରଙ୍କ ଗାଇଡଲାଇନକୁ କଡ଼ାକଡ଼ି ପାଳନ ନିମନ୍ତେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବ ପରାମର୍ଶ ଦେଇଛନ୍ତି।

Related story