ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଅର୍ଥ ଦଣ୍ଡ

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷଗ୍ରହଣ ପାଇଁ ଆସୁନଥିଲେ ବର୍ଷା। ପୁନର୍ବାର ଏପରି ନକରିବାକୁ କୋର୍ଟ ତାଗିଦ କରିଛନ୍ତି। ବିଚାରରେ ଅହେତୁକ ବିଳମ୍ବ କରିବା ପାଇଁ ତଥା […]

bersa-anubhaba

bersa-anubhaba

Niranjan Mishra
  • Published: Friday, 09 September 2022
  • Updated: 09 September 2022, 09:08 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷଗ୍ରହଣ ପାଇଁ ଆସୁନଥିଲେ ବର୍ଷା। ପୁନର୍ବାର ଏପରି ନକରିବାକୁ କୋର୍ଟ ତାଗିଦ କରିଛନ୍ତି। ବିଚାରରେ ଅହେତୁକ ବିଳମ୍ବ କରିବା ପାଇଁ ତଥା ଅଯଥାରେ ସମୟ ନନେବାକୁ ତାଙ୍କୁ କୋର୍ଟ କହିଛନ୍ତି। ଏସବୁ ପ୍ରସଙ୍ଗରେ ଏକ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ୍ ଦେଇଥିଲେ ଅନୁଭବ। ଉଭୟଙ୍କ ବିବାହ ଭୁବନେଶ୍ୱରରେ ହୋଇଥିବା ବେଳେ ଛାଡ଼ପତ୍ର ଆବେଦନରେ ବିବାହ ଦିଲ୍ଲୀରେ ହୋଇଥିଲା ବୋଲି ଅନୁଭବ ନିଜ ପିଟିସନରେ ଦର୍ଶାଇ ଥିଲେ। ଯାହାକୁ ନେଇ କୋର୍ଟ ନିଜ ଅସନ୍ତୋଷ ପ୍ରକାଶ କରି ଏଭଳି ଅର୍ଥ ଦଣ୍ଡ ଦେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ସେହିପରି ବିବାହ ସ୍ଥାନ ତଥ୍ୟ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଛି।

ସୂଚନା ଥାଉକି, ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା ନେଇ ଗତ ୭ ତାରିଖରେ ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ।

ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଫ୍ୟାମିଲି କୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଅଲୋଚନାକୁ ବଢ଼ାଇଛି।

ଅନୁଭବ କିପରି ନିଜ ବିବାହ ଆବେଦନ ପିଟିସନରେ ବିବାହ ସ୍ଥାନ ଭୁଲ ଦେଲେ ତାହା ଅଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଛି। ଯେତେବେଳେ କି ସେ ଏହି ବିବାହ ବନ୍ଧନରୁ ଯଥାଶୀଘ୍ର ମୁକୁଳିବାକୁ ସବୁ ପ୍ରକାର ପ୍ରୟାଶ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos