ବର୍ଷିଲା ବର୍ଷାଙ୍କ ଫ୍ୟାନ କ୍ଲବ, ୬ ବର୍ଷ ହେବ ଛୁଇଁ ନଥିବେ କେମିତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପତ୍ନୀ ବର୍ଷାଙ୍କ ବିରୋଧରେ ସ୍ୱାମୀ ଅନୁଭବ ଛାଡ଼ିଥିବା ଭିଡିଓ ବାଣ ଏବେ ସୋଶାଲ ମିଡିଆରେ ନିଆଁ ଜାଳୁଛି। ଲଗାତାର ଦୁଇଟି ଭିଡିଓ ଛାଡ଼ି ଅନେକ ଅକୁହା କଥାକୁ ପଦାରେ ପକାଇଥିବା ଅନୁଭବଙ୍କୁ କାଉଣ୍ଟର କରିଛନ୍ତି ବର୍ଷାଙ୍କ ଫ୍ୟାନ୍‌ । ଉଭୟଙ୍କ ବିବାଦକୁ ଧସେଇ ପଶିଛି  ବର୍ଷାଙ୍କ ଫ୍ୟାନ କ୍ଲବ୍‌।  ଇନଷ୍ଟାଗ୍ରାମରେ ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ ଲଭ୍ ନାମକ ଆକାଉଣ୍ଟରୁ ଅନୁଭବଙ୍କୁ କରାଯାଇଛି ପାଲଟା ଆକ୍ରମଣ। ବାହାଘରର ୬ ବର୍ଷ ମଧ୍ୟରେ ବର୍ଷା କେବେ ତାଙ୍କୁ ଛୁଇଁବାକୁ […]

anubhava1

Hemant Lenka
  • Published: Monday, 23 May 2022
  • , Updated: 23 May 2022, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପତ୍ନୀ ବର୍ଷାଙ୍କ ବିରୋଧରେ ସ୍ୱାମୀ ଅନୁଭବ ଛାଡ଼ିଥିବା ଭିଡିଓ ବାଣ ଏବେ ସୋଶାଲ ମିଡିଆରେ ନିଆଁ ଜାଳୁଛି। ଲଗାତାର ଦୁଇଟି ଭିଡିଓ ଛାଡ଼ି ଅନେକ ଅକୁହା କଥାକୁ ପଦାରେ ପକାଇଥିବା ଅନୁଭବଙ୍କୁ କାଉଣ୍ଟର କରିଛନ୍ତି ବର୍ଷାଙ୍କ ଫ୍ୟାନ୍‌ । ଉଭୟଙ୍କ ବିବାଦକୁ ଧସେଇ ପଶିଛି  ବର୍ଷାଙ୍କ ଫ୍ୟାନ କ୍ଲବ୍‌।  ଇନଷ୍ଟାଗ୍ରାମରେ ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ ଲଭ୍ ନାମକ ଆକାଉଣ୍ଟରୁ ଅନୁଭବଙ୍କୁ କରାଯାଇଛି ପାଲଟା ଆକ୍ରମଣ। ବାହାଘରର ୬ ବର୍ଷ ମଧ୍ୟରେ ବର୍ଷା କେବେ ତାଙ୍କୁ ଛୁଇଁବାକୁ ଅନୁମତି ଦେଇ ନଥିବା ଅଭିଯୋଗ କରିଥିଲେ ଅନୁଭବ।

ହେଲେ ଏହା କେମିତି ସମ୍ଭବ ବୋଲି ବର୍ଷାଙ୍କ ଫ୍ୟାନ କ୍ଲବ ପ୍ରଶ୍ନ କରିଛି। ଏଥିସହ ବର୍ଷାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ କ୍ଲବ ପକ୍ଷରୁ ଲେଖାଯାଇଛି ଯେ “ଭଲପାଇକି ୬ ବର୍ଷର ବାହାଘର ଓ ୬ ବର୍ଷ ବୈବାହିକ ସଂପର୍କରେ ରହିଲା ପରେ ବି ସ୍ତ୍ରୀ-ସ୍ୱାମୀକୁ ଛୁଇଁବାକୁ ବି ଦେଲାନି ? ଏହା କେତେ ବିଶ୍ୱାସଯୋଗ୍ୟ? କେତେ ଗ୍ରହଣୀୟ? ଯେଉଁ ଭାଇ-ଭଉଣୀ ମାନ୍ୟବରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଥରେ ଭାବି ଦେଖନ୍ତୁ ଏଇଟା ପ୍ରାକଟିକାଲି ସମ୍ଭବ କି? ସ୍ୱାମୀ-ସ୍ତ୍ରୀଙ୍କ ୬ ବର୍ଷର ବୈବାହିକ ଜୀବନରେ ଶାରୀରିବ ସଂପର୍କ ନାହିଁ ? ଏହା କଣ ବାସ୍ତବରେ କେବେ ସମ୍ଭବ? ଜଣେ ପୁରୁଷ ଏମିତି ରହିପାରିବ ନା ଜଣେ ନାରୀ ଏମିତି ରହିପାରିବ?

କୋର୍ଟରେ କେସ ଚାଲିଥିବା ବେଳେ ଏଭଳି ଭିଡିଓ କରି ଲୋକଙ୍କ ଆଗରେ ନିଜର ଇମେଜ୍ ସଜାଡ଼ି ତାଙ୍କ(ବର୍ଷା) ଚରିତ୍ର, ମାନସମ୍ମାନ ଓ ନାରୀତ୍ୱରେ କଳଙ୍କ ଲଗାଇବା କେତେ ଦୂର ଗ୍ରହଣୀୟ ? ଭଲପାଇ ଯାହାର ହାତ ଧରି ବାହା ହେଲେ ସ୍ୱାମୀ ତା’ ସ୍ତ୍ରୀ ଚରିତ୍ର ଓ ନାରୀତ୍ୱରେ କଳଙ୍କ ଲଗେଇବା କେତେଦୂର ଗ୍ରହଣୀୟ ? ଗୋଟେ ବାପା ଛେଉଣ୍ଡ ଝିଅ ଯାହାର ଭାଇ ନାହିଁ, ଯିଏ ତା ବିଧବା ମା’ଙ୍କୁ ନେଇ ବିବାହ ବିଚ୍ଛେଦର ଲଢ଼େଇ କୋର୍ଟରେ ନୀରବତାର ସହ ଲଢୁଛି ତାକୁ ସମାଜରେ ବଦନାମ କରି ମିଥ୍ୟା ଆରୋପ ଲଗାଇ ବରବାଦ କରିବାର ଷଡ଼ଯନ୍ତ୍ର କେତେଦୂର ଗ୍ରହଣୀୟ ? ନିଜକୁ ନିର୍ଦ୍ଦୋଷ କହୁଥିବା ମଣିଷ କୋର୍ଟରେ ନିଜ ବୟାନ ଓ ପ୍ରମାଣ ରଖି ନ୍ୟାୟିକ ଲଢ଼େଇ ଲଢ଼େ ନା ସୋଶାଲ ମିଡିଆରେ? କୋର୍ଟ ନ୍ୟାୟ ଦିଏ ନା ସୋଶାଲ ମିଡିଆ?

 

View this post on Instagram

 

A post shared by Varsha Priyadarshini Fans Love (@varshapriyadarshinifanslove)

ସ୍ତ୍ରୀ ଯଦି ଏତେ ମାନସିକ ନିର୍ଯାତନା ଦେଉଥିଲା ତେବେ ତାଙ୍କ ସ୍ୱାମୀ ପ୍ରଡ୍ୟୁସର ହେବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କଲେ କେମିତି? ପ୍ରଚାର ମୈଦାନରେ ସେ ତାଙ୍କ ପାଇଁ ପ୍ରଚାର କରି ସହଯୋଗ କରିଲେ କେମିତି? ତାଙ୍କ ଗୋଡ଼ ଭାଙ୍ଗିବା ପରେ ରାତି ଦିନ ତାଙ୍କ ସେବା କରି ତାଙ୍କୁ ସୁସ୍ଥ କରି ତାଙ୍କ ହାତ ଧରି ଚାଲିଲେ କେମିତି? ସ୍ୱାମୀ ଯଦି କହୁଛନ୍ତି ସେ ଏତେ ଖରାପ ତା’ହେଲେ ତାଙ୍କ ସ୍ତ୍ରୀ ଡିଭୋର୍ସ ନ ଦେଇ ରହିବାକୁ ଚାହୁଁଛନ୍ତି କାହିଁକି? କାରଣ ସେ ଜଣେ ହିନ୍ଦୁ ନାରୀ। ବିବାହ ବିଚ୍ଛେଦ ନୁହେଁ ବରଂ ତାଙ୍କୁ ବାଟକୁ ଆଣି ଏକାଠି ରହିବାକୁ ଚାହିଁଥିଲେ। ଆଜି ସେ ଡିଭୋର୍ସ କେସ ଲଢୁଛନ୍ତି, କାରଣ ତାଙ୍କ ନାଁରେ ତାଙ୍କ ସ୍ୱାମୀ ମିଥ୍ୟା ଆରୋପ ଆଣିଛନ୍ତି। ସେଥିପାଇଁ ସେ ଲଢୁଛନ୍ତି କୋର୍ଟରେ।

କ’ଣ ଗୋଟେ ନାରୀର ଅଧିକାର ନାହିଁ ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ିବାକୁ? ସୋଶାଲ ମିଡିଆକୁ ଅପବ୍ୟବହାର କରି ଈର୍ଷାପରାୟଣ ହୋଇ, ନିନ୍ଦା ଅପମାନ କରି ଗୋଟେ ଝିଅ ଓ ତା ପରିବାରକୁ କଳଙ୍କିତ କରି କେହି କେବେ ବଡ଼ ହେଇପାରିନି। ମା ଲକ୍ଷ୍ମୀ କେବେ ବି କ୍ଷମା ଦେବେନି। ଯାହା ସବୁ ସୋଶାଲ ମିଡିଆରେ ନିଜ ସ୍ତ୍ରୀକୁ ବଦନାମ କରିବା ପାଇଁ କହୁଛନ୍ତି, ତାହା କଣ ସେ ବାସ୍ତବରେ ତାଙ୍କ ସ୍ତ୍ରୀ ସହ ଦେଖା କରି କଥା ହୋଇ ଭଲରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି? କରିବେ କେମିତି, ତାଙ୍କୁ ଏକା କରି ଘରେ ଛାଡ଼ି ସମସ୍ତେ ପଳେଇଛନ୍ତି। ତାଙ୍କ ସ୍ତ୍ରୀର ମୋବାଇଲ ନମ୍ବରକୁ ବ୍ଲକ କରିଦେଇଛନ୍ତି। ଏ ସବୁ କେତେଦୂର ଗ୍ରହଣୀୟ? ଏକ ତରଫା କଥା ଶୁଣି, ତାକୁ ବିଶ୍ୱାସ କରି ଆମେ ମନ୍ତବ୍ୟ ଦେବା କ’ଣ ଠିକ୍ ? ସ୍ତ୍ରୀ ତରଫରୁ କିଛି କଥା ନ ଶୁଣି କୌଣସି ସତ୍ୟତା ନ ଜାଣି ଆମେ ମନ୍ତବ୍ୟ ଦେବା କେତେଦୂର ଗ୍ରହଣୀୟ? ଥରେ ଭାବି ଦେଖନ୍ତୁ, ସମାଜରେ।”

ଅନ୍ୟପକ୍ଷରେ ପାରିବାରିକ ବିବାଦକୁ ନେଇ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା। ଯେଉଁଥିରେ ବର୍ଷା ଲେଖିଛନ୍ତି ଯେ, ଅନୁଭବ ତାଙ୍କ ଚରିତ୍ର ସଂହାର କରିଛନ୍ତି। ମାନସିକ ନିର୍ଯାତନା ଦେଇଛନ୍ତି। ଏପରିକି ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି। କଟକ ପୁରୀ ଘାଟ ଥାନାରେ ଦେଇଥିବା ଏତଲାରେ ବର୍ଷା ସଫା ସଫା ଲେଖିଛନ୍ତି, ଅନୁଭବ ତାଙ୍କ ନାରୀତ୍ୱକୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।୨୦୨୦ରେ ଅନୁଭବ ତାଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ କରିଥିଲେ। ଏଥିପାଇଁ ସେ ରାଜି ନହେବାରୁ ଅନୁଭବ ତାଙ୍କୁ ବରବାଦ କରିଦେବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ବର୍ଷାଙ୍କ ପାଇଁ ୫ଟି ସର୍ତ୍ତ ରଖିଥିଲେ ଅନୁଭବ।

୧-ବର୍ଷା ଫିଲ୍ମ ଲାଇନ୍ ଛାଡ଼ିଦେବେ, ଆଉ କୌଣସି ଫିଲ୍ମ କରିବେ ନାହିଁ। ୨- ଜୀବନରେ କେବେ ବି ପଲିଟିକ୍ସରେ ଜଏନ୍ କରିବେ ନାହିଁ କିମ୍ବା କୌଣସି ରାଜନୈତିକ ଅନୁଷ୍ଠାନକୁ ଯିବେ ନାହିଁ। ୩- ସମାଜସେବା କରିବେ ନାହିଁ କି କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ ନାହିଁ। ୪- ମା’ଙ୍କ ଘରକୁ ଯାଇପାରିବେ ନାହିଁ କିମ୍ବା ପରିବାର ସହିତ କୌଣସି ସଂପର୍କ ରଖିବେ ନାହିଁ। ୫-୨୪ ଘଣ୍ଟା ଘର ଭିତରେ ପଡ଼ି ରହିବେ କେଉଁଠି କି ବି ଯିବେ ନାହିଁ ବୋଲି ଅନୁଭବ ସର୍ତ୍ତ ରଖିଥିବା ବର୍ଷା ଏତଲାରେ କହିଛନ୍ତି।

ଏଥିସହ ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀ ତାଙ୍କ ଡିଭୋର୍ସର କାରଣ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ବର୍ଷା। ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ଦେଇଥିବା ଏତଲାକୁ ତର୍ଜମା କରାଯାଉଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷା ତାଙ୍କ ଏତଲାରେ  ଅନେକ ଦିଗକୁ ନେଇ ଅଭିଯୋଗ କରିଛନ୍ତି। ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଏକ ମାମଲାର ତଦନ୍ତ ଚାଲିଛି। ବର୍ଷାଙ୍କର ସଦ୍ୟ ଅଭିଯୋଗଗୁଡ଼ିକର ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Related story