ବିବାଦ ପରେ ପ୍ରଥମଥର ଘରୁ ବାହାରିଲେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଗଲେ ବର୍ଷା ପ୍ରିୟଦର୍ଶନୀ । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷା କର୍ମୀଙ୍କ ସହ ବାହାରକୁ ଯାଇଛନ୍ତି ବର୍ଷା । ବାହାରେ କାାରରେ ଅପେକ୍ଷା କରିଥିବା ସଂପର୍କୀୟଙ୍କ ସହ ସେ ଯାଇଥିବା ନେଇ ସୂଚନା ମିଳିଛି । ତେବେ କେଉଁଠିକୁ ଏବଂ କାହା ପାଖକୁ ଯାଇଛନ୍ତି, ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନି । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ […]

yio

Tapas Behera
  • Published: Wednesday, 09 September 2020
  • , Updated: 09 September 2020, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଗଲେ ବର୍ଷା ପ୍ରିୟଦର୍ଶନୀ । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷା କର୍ମୀଙ୍କ ସହ ବାହାରକୁ ଯାଇଛନ୍ତି ବର୍ଷା । ବାହାରେ କାାରରେ ଅପେକ୍ଷା କରିଥିବା ସଂପର୍କୀୟଙ୍କ ସହ ସେ ଯାଇଥିବା ନେଇ ସୂଚନା ମିଳିଛି । ତେବେ କେଉଁଠିକୁ ଏବଂ କାହା ପାଖକୁ ଯାଇଛନ୍ତି, ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନି । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ବଢିବା ପରେ ନିଜକୁ ଅସୁରକ୍ଷିତ ମନେ କରି ପୋଲିସ ସୁରକ୍ଷା ମାଗିଥିଲେ ବର୍ଷା । ଏମିତିକି ୧୦୦ ନମ୍ବରକୁ ଡାଏଲ୍ କରି ସୁରକ୍ଷା ମାଗିବା ସହ ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବର୍ଷାଙ୍କୁ ୨୪ ଘଣ୍ଟିଆ ସିକ୍ୟୁରିଟି ବି ଯୋଗାଇ ଦିଆ ଯାଇଥିବା ସୂଚନା ମିଳିଛି । ସେପଟେ ସୁରକ୍ଷା ମିଳିବା ପରେ ବର୍ଷା କଟକ ଡିସିପିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ସେ ତାଙ୍କ ଅଫିସିଆଲ ଫେସବୁକ୍‌ରେ ଏକ ପୋଷ୍ଟ କରିଛନ୍ତି ।

Related story