ବସ୍ତର ଏସ୍‌ପିଙ୍କ ନିକଟରେ ମାଲକାନଗିରିର ୧୭ ମାଓ ସମର୍ଥକଙ୍କ ଆତ୍ମସମର୍ପଣ 

ମାଲକାନଗିରି: ଛତିଶଗଡ ବସ୍ତର ଏସ୍‌ପିଙ୍କ ନିକଟରେ ଶୁକ୍ରବାର  ୫୬ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଏମାନେ  ମାଓ କ୍ୟାମ୍ପ୍ ଛାଡ଼ିଥିବା ଜଣାପଡ଼ିଛି। ସେହିପରି ଆଜି ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ୧୯ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ମାର୍ଚ୍ଚ ୭ ତାରିଖରେ ମାଲକାନଗିରି ଜିଲ୍ଲା  ମାଥିଲି ଥାନା ଅନ୍ତର୍ଗତ କରିମିଟି ଗାଁର ୪୦ ଜଣ ମାଓ […]

malkangiri-mao

Rakesh Mallick
  • Published: Friday, 11 March 2016
  • , Updated: 21 March 2016, 04:41 AM IST

ମାଲକାନଗିରି: ଛତିଶଗଡ ବସ୍ତର ଏସ୍‌ପିଙ୍କ ନିକଟରେ ଶୁକ୍ରବାର  ୫୬ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଏମାନେ  ମାଓ କ୍ୟାମ୍ପ୍ ଛାଡ଼ିଥିବା ଜଣାପଡ଼ିଛି। ସେହିପରି ଆଜି ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ୧୯ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।

ମାର୍ଚ୍ଚ ୭ ତାରିଖରେ ମାଲକାନଗିରି ଜିଲ୍ଲା  ମାଥିଲି ଥାନା ଅନ୍ତର୍ଗତ କରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ଗତ ୫ ତାରିଖରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ  ଅଧିକ ମାଓ ସମର୍ଥକ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

Related story