ତରଭା ଗୁଳିକାଣ୍ଡ ଘଟଣାକୁ ଧର୍ମେନ୍ଦ୍ରଙ୍କ ନିନ୍ଦା

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ତରଭା ଗାଁରେ ରାଜନୈତିକ ହିଂସାରେ ବିଜେପି କାର୍ଯ୍ୟକର୍ତ୍ତା ସଲମନ ରାଉତଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି। ଏପରି ଘଟଣା ମର୍ମାହତ କରିଛି ବୋଲି ସେ ଟିଟ୍ୱ କରି କହିଛନ୍ତି। ସେ କହିଛନ୍ତି,“ଗଣତନ୍ତ୍ରରେ ହିଂସା ନୁହେଁ ବିତର୍କ ହିଁ ଅସ୍ତ୍ର। ରାଜ୍ୟରେ ଶାସକ ଦଳ ବିରୋଧୀ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ହିଂସା ଆଚରଣ କରିବା ଗଣତନ୍ତ୍ର ପାଇଁ ବିପଦ। ପୂର୍ବରୁ ଓଡ଼ିଶାରେ ରାଜନୈତିକ […]

dharmendra

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 08:09 PM IST

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ତରଭା ଗାଁରେ ରାଜନୈତିକ ହିଂସାରେ ବିଜେପି କାର୍ଯ୍ୟକର୍ତ୍ତା ସଲମନ ରାଉତଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି। ଏପରି ଘଟଣା ମର୍ମାହତ କରିଛି ବୋଲି ସେ ଟିଟ୍ୱ କରି କହିଛନ୍ତି।

ସେ କହିଛନ୍ତି,“ଗଣତନ୍ତ୍ରରେ ହିଂସା ନୁହେଁ ବିତର୍କ ହିଁ ଅସ୍ତ୍ର। ରାଜ୍ୟରେ ଶାସକ ଦଳ ବିରୋଧୀ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ହିଂସା ଆଚରଣ କରିବା ଗଣତନ୍ତ୍ର ପାଇଁ ବିପଦ। ପୂର୍ବରୁ ଓଡ଼ିଶାରେ ରାଜନୈତିକ ହିଂସା ଦେଖାଯାଉନଥିଲା। ଗତକାଲି ରାତିରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଚିନ୍ତାର ବିଷୟ।”

ସେ କହିଛନ୍ତି,“ଚଳିତ ପଞ୍ଚାୟତ ନିର୍ବାଚନରେ ହତ୍ୟା, ଗୃହଦାହ ଓ ଅନେକ ରାଜନୈତିକ ଆକ୍ରମଣ ଦୈନିକ ଘଟୁଛି। ଯାଜପୁର ଜିଲ୍ଲାରେ ରାଜନୈତିକ କାରଣରୁ ବିଜେପି କାର୍ଯ୍ୟଳୟକୁ ପୋଡ଼ି ଦିଆଯାଇଛି।”

Related story