ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ପ୍ରଥମ ଓଡ଼ିଶା ଆର୍ଟ କନ୍‌କ୍ଲେଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଓଡ଼ିଶା ଆର୍ଟ କନ୍‌କ୍ଲେଭ୍‌ ୨୦୧୬ ଉଦ୍‌ଘାଟିତ ହୋଇଛି। ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟସ୍‌ ବା ଇପ୍‌କା  ଆନୁକୂଲ୍ୟରେ ଆୟୋଜିତ ଏହି କନ୍‌କ୍ଲେଭ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। କନ୍‌କ୍ଲେଭ୍‌ରେ ଓଡ଼ିଶା ସୁନାମଧନ୍ୟ ୪୦ ଜଣ ଚିତ୍ରକର ସେମାନଙ୍କ ଆକର୍ଷଣୀୟ ଚିତ୍ରକଳା ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କଳାକୃତିକୁ ବୁଲି ଦେଖିବା ସହ ଓଡ଼ିଆ ପୁସ୍ତକ ‘ମୋ ଜୀବନରେ ରୂପର ପ୍ରଭାବ’କୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ […]

bbsr

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 03:52 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଓଡ଼ିଶା ଆର୍ଟ କନ୍‌କ୍ଲେଭ୍‌ ୨୦୧୬ ଉଦ୍‌ଘାଟିତ ହୋଇଛି। ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟସ୍‌ ବା ଇପ୍‌କା  ଆନୁକୂଲ୍ୟରେ ଆୟୋଜିତ ଏହି କନ୍‌କ୍ଲେଭ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। କନ୍‌କ୍ଲେଭ୍‌ରେ ଓଡ଼ିଶା ସୁନାମଧନ୍ୟ ୪୦ ଜଣ ଚିତ୍ରକର ସେମାନଙ୍କ ଆକର୍ଷଣୀୟ ଚିତ୍ରକଳା ପ୍ରଦର୍ଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କଳାକୃତିକୁ ବୁଲି ଦେଖିବା ସହ ଓଡ଼ିଆ ପୁସ୍ତକ ‘ମୋ ଜୀବନରେ ରୂପର ପ୍ରଭାବ’କୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଭାନ୍ ନାୟକ ଓ ଦିଗପହଣ୍ଡିର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖ୍ୟାତନାମା ଚିତ୍ରଶିଳ୍ପୀ ଯତିନ୍‌ ଦାସ, ପରାମର୍ଶଦାତା କମିଟି ଅଧ୍ୟକ୍ଷ ସୀତାକାନ୍ତ ମହାପାତ୍ର ଓ ଇପ୍‌କାର ଟ୍ରଷ୍ଟି ପାରମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story