ଭୁବନେଶ୍ୱରରେ ମହାନଦୀ-ଗୋଦାବରି ଇଣ୍ଟରଲିଙ୍କିଂ ପ୍ରୋଜେକ୍ଟ ଟିମ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଆଲୋଚନା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଏହି ଟିମ୍ ମହାନଦୀ-ଗୋଦାବରି ଇଣ୍ଟରଲିଙ୍କିଂ ପ୍ରୋଜେକଟ୍ ଉପରେ ମୁଖ୍ୟତଃ କଥାବର୍ତ୍ତା କରିବେ। ଟିମ୍ରେ ଅଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକଟର ଅମରଜିତ୍ ସିଂ, କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷ ଏଭି ପାଣ୍ଡିଆ ଓ ନ୍ୟାସନାଲ ୱାଟର ଜେଭଲପମେଣ୍ଟ ଏଜେନସିର ଡିଜି ମାସୁଦ ହୁସେନ୍। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ।

Odishastat

Rakesh Mallick
  • Published: Friday, 29 May 2015
  • , Updated: 29 May 2015, 10:52 AM IST

Related story