ସରପଞ୍ଚଙ୍କ ଶଟ୍‌ଡାଉନ୍‌କୁ ମାନିଲେନି ବିଡିଓ!

ଯାଜପୁର (ଗୁଲାମ ଗସ୍‌): ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଯାହାକୁ ନାପସନ୍ଦ କରିଛନ୍ତି ବିଡିଓ। ଏଥିରୁ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମତାନ୍ତର ଥିବା ଆଲୋଚନା ହେଉଛି। ଏମିତି ଦୃଶ୍ୟ ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲା ଯାଜପୁରରେ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଏକ ପ୍ରମୁଖ ବଜାର। ଏହି ବଜାରରେ ପ୍ରତିଦିନ ବହୁ ଭିଡ଼ ଜମୁଥିବାରୁ ‘କରୋନା’ ବ୍ୟାପିବା ଆଶଙ୍କା କରି ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ […]

jajpur

Manoranjan Sial
  • Published: Thursday, 14 May 2020
  • , Updated: 14 May 2020, 07:56 PM IST

ଯାଜପୁର (ଗୁଲାମ ଗସ୍‌): ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଯାହାକୁ ନାପସନ୍ଦ କରିଛନ୍ତି ବିଡିଓ। ଏଥିରୁ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମତାନ୍ତର ଥିବା ଆଲୋଚନା ହେଉଛି। ଏମିତି ଦୃଶ୍ୟ ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲା ଯାଜପୁରରେ ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଏକ ପ୍ରମୁଖ ବଜାର। ଏହି ବଜାରରେ ପ୍ରତିଦିନ ବହୁ ଭିଡ଼ ଜମୁଥିବାରୁ ‘କରୋନା’ ବ୍ୟାପିବା ଆଶଙ୍କା କରି ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଚାଚାଲିନ୍‌ ସ୍ୱାଇଁ ସୁଙ୍ଗୁଡ଼ା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ୧୩ ତାରିଖ ସନ୍ଧ୍ୟା ୫ଟାରୁ ୧୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ବଳବତ୍ତର ରହିବ। ସାମାଜିକ ଦୂରତ୍ୱ ବଜାୟ ରହୁନଥିବା କହି ଶଟଡାଉନ କରିଛନ୍ତି ସରପଞ୍ଚ। ଯାହାକୁ ବଡ଼ଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି ନାପସନ୍ଦ କରିଛନ୍ତି।

ଏମିତି ଶଟ୍‌ଡାଉନ୍‌ ହୋଇପାରିବନି ବୋଲି ବିଡିଓ ଶ୍ରୀ ଗିରି କହିଛନ୍ତି। ସେଥିପାଇଁ ବ୍ଲକର ସମସ୍ତ ସରପଞ୍ଚଙ୍କୁ ସେ ଚିଠି ଲେଖି ଶଟ୍‌ଡାଉନ ବିଧି ଜଣାଇଛନ୍ତି। କେବଳ କଣ୍ଟେନମେଣ୍ଟ ଜୋନରେ ସରପଞ୍ଚ ଶଟଡାଉନ କରିପାରିବେ କହିଛନ୍ତି। ଯଦି କଣ୍ଟେନମେଣ୍ଟ କଟକଣା ଉଲ୍ଲଂଘନ ହୁଏ ଶଟଡାଉନ କରିପାରିବେ। ସରପଞ୍ଚ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଶଟଡାଉନ କରିପାରିବେ। ଅନ୍ୟଥା ଲୋକଙ୍କୁ ବିଚଳିତ କରିବା ଆବଶ୍ୟକ ନାହିଁ ବୋଲି ବିଡିଓ ଶ୍ରୀ ଗିରି କହିଛନ୍ତି।

Related story