‘ବିଡିଓଙ୍କୁ ଅପହରଣ କରିଥିଲେ ବ୍ଲକ ଉପାଧ୍ୟକ୍ଷ’

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟମାନଙ୍କ ହାତ ମଧ୍ୟ ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍‌ପି କେ.ଶିବା ସୁବ୍ରମଣୀ କହିଛନ୍ତି। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କ’ଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା, ସେନେଇ ଏସ୍‌ପି କିଛି କହିନାହାନ୍ତି। ଆଜି […]

cctv

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 10:12 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ଅପହୃତ ହୋଇଥିବା ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଡିଓ ସରୋଜ ମିଶ୍ର ଫେରିଛନ୍ତି। ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଅନ୍ୟମାନଙ୍କ ହାତ ମଧ୍ୟ ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍‌ପି କେ.ଶିବା ସୁବ୍ରମଣୀ କହିଛନ୍ତି। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କ'ଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା, ସେନେଇ ଏସ୍‌ପି କିଛି କହିନାହାନ୍ତି।

ଆଜି ଅପରାହ୍ନ ୪ଟା ବେଳେ ବିଡିଓ ସରୋଜ ମିଶ୍ର ଅଫିସରେ ଥିଲେ। ଠିକ୍‌ ଏହି ସମୟରେ ୮ରୁ୧୦ ଜଣ ଯୁବକ ଏକ ସ୍କର୍ପିଓରେ ଆସି ବ୍ଲକ ଅଫିସରେ ପହଞ୍ଚିଥିଲେ। ପରେ ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଯୋରଜବଦସ୍ତ ଉଠାଇ ନେଇଥିଲେ। ବିଡିଓ ଚିତ୍କାର କରିଥିଲେ ମଧ୍ୟ ତାଙ୍କୁ କେହି ସହାୟତାର ହାତ ବଢ଼ାଇନଥିଲେ।

ଅପହରଣ ନେଇ ସୂଚନା ପାଇବା ପରେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଥିଲା। ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତେବେ ସନ୍ଧ୍ୟା ବେଳେ ଦୁର୍ବୃତ୍ତମାନେ ବିଡିଓ ଶ୍ରୀ ମିଶ୍ରଙ୍କୁ ପୁଇଁତଳା ସହର ଭିତରେ ଛାଡ଼ି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମିଶ୍ରଙ୍କୁ ଉଦ୍ଧାର କରି ଉପଜିଲ୍ଲାପାଳଙ୍କ ଅଫିସକୁ ଆଣିଥିଲା। ସେଠାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ତାଙ୍କର ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପରେ ଡାକ୍ତରୀ ଦଳ ବିଡିଓଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ବିଡିଓଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଏସ୍‌ପି କହିଛନ୍ତି।

ହେଲେ ଅପହରଣ ଘଟଣା ନେଇ ବିଡିଓ ମୁହଁ ଖୋଲୁନାହାନ୍ତି। ସେ ପୂରା ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଇଁତଳା ବ୍ଳକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡିଙ୍କୁ କଂଗ୍ରେସରୁ ସସ୍‌ପେଣ୍ଡ କରାଯାଇଛି। ତାଗିଦ ସତ୍ତ୍ୱେ ଆଚରଣ ନ ବଦଳାଇବାରୁ ସସପେଣ୍ଡ କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା କହିଛନ୍ତି।

Related story