ବନ୍ୟା ସମୟରେ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବାର କୌଶଳ ପ୍ରଦର୍ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋର୍ଣାକର ରାମଚଣ୍ଡୀ ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ୨୦୨୦ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଉଦ‌୍‍ଘାଟନ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ବିପର୍ଯ୍ୟୟର କିପରି ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଅସ୍ଥାୟୀ ଗ୍ରାମ ଓ ଐତିହସ୍ଥଳୀ  କିପରି  ଉଦ୍ଧାର କରାଯିବ ସେନେଇ ମଧ୍ୟ ତାଲିମ ଦିଆଯାଇଥିଲା। ଏହି ଅଭ୍ୟାସ ଶିବିର ଅବସରରେ ବାସ୍ତବ ବିପର୍ଯ୍ୟୟ ମୁକାବିଲାର ସ୍ଥିତି ସୃଷ୍ଟି କରିବା ଲାଗି କୋଣାର୍କ ସୂର୍ଯ୍ୟମନ୍ଦିର […]

konark-2--1

konark-2--1

Niharika Rout
  • Published: Thursday, 13 February 2020
  • Updated: 13 February 2020, 02:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋର୍ଣାକର ରାମଚଣ୍ଡୀ ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ୨୦୨୦ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଉଦ‌୍‍ଘାଟନ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ବିପର୍ଯ୍ୟୟର କିପରି ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା।

ଅସ୍ଥାୟୀ ଗ୍ରାମ ଓ ଐତିହସ୍ଥଳୀ  କିପରି  ଉଦ୍ଧାର କରାଯିବ ସେନେଇ ମଧ୍ୟ ତାଲିମ ଦିଆଯାଇଥିଲା। ଏହି ଅଭ୍ୟାସ ଶିବିର ଅବସରରେ ବାସ୍ତବ ବିପର୍ଯ୍ୟୟ ମୁକାବିଲାର ସ୍ଥିତି ସୃଷ୍ଟି କରିବା ଲାଗି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ଐତିହ୍ୟସ୍ଥଳି ଏବଂ ଅସ୍ଥାୟୀ ଗ୍ରାମ ରାମଚଣ୍ଡି ବେଳାଭୂମିରେ ନିର୍ମାଣ କରାଯାଇଥିଲା। ବନ୍ୟା ଆସିବା ସମୟରେ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଲୋକମାନଙ୍କୁ ଉଦ୍ଧାର କରାଯିବାର କୌଶଳ ପ୍ରଦର୍ଶୀତ ହୋଇଥିଲା।

ରାଜ୍ୟ ସରକାର,ଏନଡିଆରଏଫ‌୍‍ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀ ମିଳିତ ପ୍ରୟାସରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ସମେତ ନେପାଳ,ମିଆଁମାର,ବାଙ୍ଗାଲାଦେଶ, ଶ୍ରୀଲଙ୍କାର ଉଦ୍ଧାରକାରୀ ଦଳ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିମଷ୍ଟେକରେ ପ୍ରାୟ ୬୦ଟି ବିରଳ ଐତିହାସିକ କୀର୍ତିରାଜ ରହିଛି। ସେଗୁଡିକୁ କିପରି ରକ୍ଷା କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବିମଷ୍ଟେକ ଦ୍ୱାରା ପାରସ୍ପରିକ ସମନ୍ୱୟ ଓ ସହଯୋଗ ବୃଦ୍ଧି ପାଇବ ବୋଲି ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos