ବାଘ ଗଣୁ ଗଣୁ ଆଟାକ୍‌ କଲା ଭାଲୁ

କରଞ୍ଜିଆ(ଦୀପକ କୁମାର ମହନ୍ତ): ବାଘଗଣନା କରୁ କରୁ ଆଟାକ୍‌ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ।  ଗତକାଲି ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅଞ୍ଚଳରେ ୫ ଜଣିଆ ବନ […]

bear

Niharika Rout
  • Published: Wednesday, 08 June 2022
  • , Updated: 08 June 2022, 12:58 PM IST

କରଞ୍ଜିଆ(ଦୀପକ କୁମାର ମହନ୍ତ): ବାଘଗଣନା କରୁ କରୁ ଆଟାକ୍‌ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ।  ଗତକାଲି ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅଞ୍ଚଳରେ ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିଲେ। ଏହି ସମୟରେ ଏକ ଭାଲୁ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୨ କର୍ମଚାରୀ ଆହତ ହୋଇ ପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ମଣଦା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପରେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ଅଧିକ  ଚିକିତ୍ସା ପାଇଁ ରେଫର କରାଯାଇଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟର ୧୬ ରେଞ୍ଜର ୧୭୩ଟି ସ୍ଥାନରେ ବାଘଗଣନା ଚାଲିଛି ।  ପ୍ରାକ୍‌ମୌସୁମୀ ବାଘଗଣନା କାର୍ଯ୍ୟରେ ୫ ଶହରୁ ଅଧିକ ବନକର୍ମଚାରୀ ସାମିଲ ହୋଇଛନ୍ତି । କେବଳ ଶିମିଳିପାଳ ଅଭୟାରଣ୍ୟରେ ୮ ଦିନ ଧରି ଗଣନା କାର୍ଯ୍ୟ ଚାଲିବ  ।

Related story