ଯାଜପୁର(ଅଭୟ ପତି): ଯାଜପୁର ରୋଡ୍ ବନବିଭାଗ ରେଞ୍ଜ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରଗଡ଼ି ସବଜେଲ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ଭାଲୁଙ୍କ ମୃତ୍ୟୁ ଘଟିଛି। ମାଆ ଭାଲୁର ବୟସ ୮ବର୍ଷ ହୋଇଥିବାବେଳେ ଛୁଆ ଭାଲୁର ବୟସ ୬ମାସ ହେବ।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଜବତ କରିଛନ୍ତି। ଏଥିସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଭାଲୁ ଦୁଇଟି ଖାଦ୍ୟ ସନ୍ଧାନରେ ନିକଟସ୍ଥ ପଛିକୋଟ ଜଙ୍ଗଲରୁ କୋରାବନ୍ଦୀ ସଂରକ୍ଷିତ ଜଙ୍ଗଲକୁ ଚାଲିଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ସେହି ସ୍ଥାନରେ ଦୁର୍ଘଟଣାରେ ଏକ ଭାଲୁର ମୃତ୍ୟୁ ଘଟିଥିଲା।
ତେଣୁ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏଠାରେ ଏକ ଅଣ୍ଡରପାସ କରିବା ନିମନ୍ତେ ବାରମ୍ବାର ଲିଖିତ ଭାବେ କୁହାଯାଇଥିଲା। ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆଜିର ଏହି ଘଟଣାରେ ବନବିଭାଗ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।