୩ ଘଣ୍ଟାର ଅପରେସନ୍‌ ପରେ ମାଆ ଭାଲୁ ସହ କୂଅରୁ ଉଦ୍ଧାର ହେଲେ ୩ ଛୁଆ

Ordigital Desk
  • Published: Wednesday, 23 May 2018
  • , Updated: 23 May 2018, 04:01 PM IST
<p>ନବରଙ୍ଗପୁର (ସନ୍ତୋଷ ପଲେଇ): ୩ ଘଣ୍ଟାର ଅପରେସନ୍&zwnj; ପରେ କୂଅରୁ ଊଦ୍ଧାର ହେଲା ମାଆ ଭାଲୁ। ୩ ଛୁଆ ଭାଲୁ ମଧ୍ୟ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ା ଯିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର କେବେ ଓ କେଉଁ ଜଙ୍ଗଲରେ ଛଡ଼ାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।</p> <p>ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ମାଆ ଓ ୩ ଛୁଆ ଭାଲୁ ନବରଙ୍ଗପୁର ଜିଲ୍ଲା ପଡ଼ାଲଗୁଡ଼ା ଗାଁର ଏକ ଆମ୍ୱ ବଗିଚାକୁ ଚାଲି ଆସିଥିଲେ। ସେମାନେ ଅଜାଣତରେ ଏକ ୬ରୁ ୭ ଫୁଟ୍&zwnj; ଗଭୀର ଶୁଖିଲା କୂଅରେ ଗଳି ପଡ଼ିଥିଲେ। ଆଜି ସକାଳେ ଆମ୍ୱ ବଗିଚା ମାଲିକ କୂଅରେ ଭାଲୁ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରମାନେ ଆମ୍ୱ ବଗିଚାରେ ପହଞ୍ଚି ମାଆ ଓ ୩ ଛୁଆ ଭାଲୁଙ୍କୁ ଉଦ୍ଧାର କରିଛନ୍ତି। ପାଖାପାଖି ୩ ଘଣ୍ଟାର ଅପରେସନ୍&zwnj; ପରେ ଭାଲୁମାନଙ୍କୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରାଯାଇଛି।</p> <p>ବର୍ତ୍ତମାନ ଭାଲୁମାନଙ୍କୁ ନବରଙ୍ଗପୁରରେ ଏକ ନର୍ସରୀରେ ରଖାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ିଯିବ। ମାତ୍ର କେବେ ଛଡ଼ାଯିବ ଓ କେଉଁ ଜଙ୍ଗଲରେ ଛଡ଼ା ଯିବ ସେନେଇ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ।</p> <p>ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାରୁ ବଣ୍ୟଯନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁକୁ ଚାଲି ଆସୁଛନ୍ତି। ଯାହାଫଳରେ ମଣିଷ ଓ ବଣ୍ୟଯନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଛି। କେତେ ବେଳେ ମଣିଷଙ୍କ ଆକ୍ରମଣରେ ବଣ୍ୟଯନ୍ତୁଙ୍କ ମୃତ୍ୟୁ ହେଉଛି ତ ଆଉ କେତେ ବେଳେ ବଣ୍ୟଯନ୍ତୁଙ୍କ ଜୀବନ ଯାଉଛି। କିଛି ଦିନ ତଳେ ଏମିତି ଏକ ଘଟଣା ଉମରକୋଟ ଅଞ୍ଚଳରେ ଘଟିଥିଲା। ରାସ୍ତା ପାଖରେ ଜଣେ ଲୋକ ଗାଡ଼ି ଛାଡ଼ି କରି ପରିଶ୍ରା କରୁଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥାଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରେ ବନ ବିଭାଗ ଭାଲୁଟିକୁ କାବୁ କରିବା ପାଇଁ ଟ୍ରାଙ୍କୁଲାଇଜ କରିଥିଲା। କିଛି ଦିନ ପରେ ଭାଲୁଟିର ମୃତ୍ୟୁ ଘଟିଥିଲା।</p>

Related story