ପିଟି ମାରିଦେଲେ, ଗଛରେ ଟାଙ୍ଗିଦେଲେ

କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ପିଟିପିଟି ମାରିଦେଲେ। ଘଟଣା ଲୁଚାଇବାକୁ ଯୁବକଙ୍କ ମୃତ ଦେହକୁ ଗଛରେ ଟାଙ୍ଗି ଦେଲେ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁ ପାଣ୍ଡେପଡାର ଏକ ଚାଷ ଜମି ନିକଟରୁ ମିଳିଛି ଏହି କ୍ଷତବିକ୍ଷତ ମୃତଦେହ। ତେବେ ଏହି ଯୁବକଙ୍କ ପରିଚୟ ମିଳିପାରିନି। ତାଙ୍କୁ ଦୁର୍ବୃତ୍ତମାନେ ଗୋଟିଏ ସ୍ଥାନରେ ହତ୍ୟା କରିବା ପରେ ଅନ୍ୟସ୍ଥାନକୁ ନେଇ ଆତ୍ମହତ୍ୟା ରୂପ ଦେଇଛନ୍ତି। ଏକ କଳା ରଙ୍ଗର କପଡ଼ାରେ ମୃତ ଯୁବକଙ୍କ ବେକକୁ ବାନ୍ଧି ଗଛରେ ଟାଙ୍ଗି ଦେଇଛନ୍ତି। […]

Beaten-to-death

  • Published: Friday, 15 April 2022
  • , Updated: 15 April 2022, 10:42 PM IST

କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ପିଟିପିଟି ମାରିଦେଲେ। ଘଟଣା ଲୁଚାଇବାକୁ ଯୁବକଙ୍କ ମୃତ ଦେହକୁ ଗଛରେ ଟାଙ୍ଗି ଦେଲେ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁ ପାଣ୍ଡେପଡାର ଏକ ଚାଷ ଜମି ନିକଟରୁ ମିଳିଛି ଏହି କ୍ଷତବିକ୍ଷତ ମୃତଦେହ। ତେବେ ଏହି ଯୁବକଙ୍କ ପରିଚୟ ମିଳିପାରିନି।

ତାଙ୍କୁ ଦୁର୍ବୃତ୍ତମାନେ ଗୋଟିଏ ସ୍ଥାନରେ ହତ୍ୟା କରିବା ପରେ ଅନ୍ୟସ୍ଥାନକୁ ନେଇ ଆତ୍ମହତ୍ୟା ରୂପ ଦେଇଛନ୍ତି। ଏକ କଳା ରଙ୍ଗର କପଡ଼ାରେ ମୃତ ଯୁବକଙ୍କ ବେକକୁ ବାନ୍ଧି ଗଛରେ ଟାଙ୍ଗି ଦେଇଛନ୍ତି। ଝୁଲି ଥିବା ମୃତଦେହର ଗୋଡ଼ ମାଟି ତଳେ ଲାଗି ରହିଥିଲା। ପିନ୍ଧି ଥିବା ସାର୍ଟରେ ପ୍ରବଳ ରକ୍ତ ଲାଗିଥିଲା।

ସନ୍ଧ୍ୟାରେ ତୁରେକେଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହି ଅଞ୍ଚଳରେ ଗୋଟିଏ ଦିନରେ ଦୁଇଟି ହତ୍ୟାକାଣ୍ଡ ଓ ଦୁଇଟି ଯାକ ଅଚିହ୍ନା ଯୁବକଙ୍କ ଶବ ମିଳିବା ଘଟଣା ଆଇନଶୃଙ୍ଖଳା ବିପର୍ଯ୍ୟୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

Related story