ମଦ ପିଇ ପୁଷ୍ପାଙ୍କ ମୁଣ୍ଡ କାଟିଲା ସଞ୍ଜୟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଷ୍ପାଞ୍ଜଳି ରାଉଳଙ୍କ ମୁଣ୍ଡ କାଟିବା ପୂର୍ବରୁ ସଞ୍ଜୟ ଦାସ ମଦ ପିଇଥିଲା! ତା’ପରେ ମୁଣ୍ଡ କାଟି ଶରୀରକୁ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ରାସ୍ତାରେ ଫିଙ୍ଗି ଦେଇଥିଲା। ଆଉ ମୁଣ୍ଡକୁ ଭରତପୁର ହାତୀ ଷ୍ଟ୍ରେଞ୍ଜରେ ଫିଙ୍ଗି ଦେଇଥିଲା। ପୁଷ୍ପାଞ୍ଜଳି ମର୍ଡର ମାମଲାର ଖିଅ ଖୋଜିବା ପାଇଁ ପୁଲିସ ସିନ୍‌ ରିକ୍ରିଏଟ କରିବା ପରେ ସଞ୍ଜୟକୁ ନେଇ ଏମିତି ତଥ୍ୟ ପାଇଥିବା ଜଣାପଡ଼ିଛି। ଏପରିକି ସଞ୍ଜୟ ପିଇଥିବା ମଦ ବୋତଲକୁ ଜବତ କରିଛି ପୁଲିସ। ଜବତ […]

bbstr

Manoranjan Sial
  • Published: Saturday, 13 February 2021
  • , Updated: 13 February 2021, 07:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଷ୍ପାଞ୍ଜଳି ରାଉଳଙ୍କ ମୁଣ୍ଡ କାଟିବା ପୂର୍ବରୁ ସଞ୍ଜୟ ଦାସ ମଦ ପିଇଥିଲା! ତା’ପରେ ମୁଣ୍ଡ କାଟି ଶରୀରକୁ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ରାସ୍ତାରେ ଫିଙ୍ଗି ଦେଇଥିଲା। ଆଉ ମୁଣ୍ଡକୁ ଭରତପୁର ହାତୀ ଷ୍ଟ୍ରେଞ୍ଜରେ ଫିଙ୍ଗି ଦେଇଥିଲା। ପୁଷ୍ପାଞ୍ଜଳି ମର୍ଡର ମାମଲାର ଖିଅ ଖୋଜିବା ପାଇଁ ପୁଲିସ ସିନ୍‌ ରିକ୍ରିଏଟ କରିବା ପରେ ସଞ୍ଜୟକୁ ନେଇ ଏମିତି ତଥ୍ୟ ପାଇଥିବା ଜଣାପଡ଼ିଛି। ଏପରିକି ସଞ୍ଜୟ ପିଇଥିବା ମଦ ବୋତଲକୁ ଜବତ କରିଛି ପୁଲିସ। ଜବତ ମଦ ବୋତଲର ଫିଙ୍ଗର ପ୍ରିଣ୍ଟ ସହ ଅଭିଯୁକ୍ତ ସଞ୍ଜୟ ଫିଙ୍ଗରପ୍ରିଣ୍ଟ ମ୍ୟାଚ କରିବ ପୁଲିସ।

ପୁଲିସର କହିବା ଅନୁସାରେ ପ୍ରତିରଞ୍ଜନଙ୍କୁ ଛାଡ଼ି ପୁଷ୍ପାଞ୍ଜଳି ଭରତପୁର ଫୁଲେଶ୍ୱରୀ ବସ୍ତିରେ ସଞ୍ଜୟ ସହିତ ମାସେରୁ ଅଧିକ ସମୟ ଧରି ରହୁଥିଲା। କିନ୍ତୁ ସଞ୍ଜୟ ଓ ପୁଷ୍ପାଞ୍ଜଳିଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହା ପରେ ପୁଷ୍ପାଞ୍ଜଳିକୁ ରାସ୍ତାରୁ ହଟାଇବା ପାଇଁ ସଞ୍ଜୟ ଯୋଜନା କଲା।

ଅଭିଯୋଗ ଅନୁସାରେ ୩ ତାରିଖ ସନ୍ଧ୍ୟା ବେଳେ ଓଢ଼ଣୀରେ ପୁଷ୍ପାଞ୍ଜଳିଙ୍କ ବେକ ଚିପି ହତ୍ୟା କଲା ସଞ୍ଜୟ। ପରେ ମୃତଦେହକୁ ଗାଏବ କରିବା ପାଇଁ ସାଙ୍ଗ ଶ୍ରୀକାନ୍ତଙ୍କୁ ଡାକିଥିଲେ। ତା’ପରେ ସଞ୍ଜୟ ଆଇଗିଣିଆ ମାର୍କେଟରୁ ଦୁଇ ହଳ ସର୍ଜିକାଲ୍‌ ଗ୍ଲୋବ୍ସ ଓ ଛୁରୀ କିଣି ଆଣିଲେ। ବିଳମ୍ୱିତ ରାତିରେ ବସ୍ତିର ଲୋକେ ଶୋଇଗଲା ପରେ ସଞ୍ଜୟ ନିଜ ମାଲ୍‌ ବୋଝେଇ ଗାଡ଼ିରେ ପୁଷ୍ପଲତାଙ୍କ ମୃତଦେହକୁ ଲୋଡ୍‌ କରିଥିଲେ। ମୃତଦେହକୁ ଅନ୍ଧାରୁଆ-ଦାଶପୁର ରାସ୍ତାରେ ମୃତଦେହ ପକାଇ ଦେଇଥିଲେ। ସେଠାରୁ ସଞ୍ଜୟ ପ୍ରଥମ ପ୍ରଚୁର ପରିମାଣରେ ମଦ ପିଇଥିବା ଅଭିଯୋଗ ହୋଇଛି। ଚିଷାରେ ଚୁର୍‌ ଥିବା ସଞ୍ଜୟ, ପୁଷ୍ପଲତାଙ୍କ ମୁଣ୍ଡକୁ ଛୁରୀରେ କାଟି ନେଇଥିଲେ। କଟା ମୁଣ୍ଡକୁ ନେଇ ଖଣ୍ଡଗିରି-ଚନ୍ଦକା ରୋଡ୍‌ର ହାତୀ ଟ୍ରେଞ୍ଚରେ ପକାଇ ଦେଇ ଦଶପଲ୍ଲା ପଳାଇ ଯାଇଥିଲା।

ଆଜି ଚନ୍ଦକା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପୁଷ୍ପାଞ୍ଜଳି ମର୍ଡର ଅଧିକ ତଥ୍ୟ ପାଇବା ପାଇ ସଞ୍ଜୟଙ୍କୁ ଧରି ଫୁଲେଶ୍ୱେରୀ, ଚନ୍ଦକା ଓ  ଖଣ୍ଡଗିରି-ଚନ୍ଦକା ରୋଡ୍‌ରେ ମୁଣ୍ଡ ପଡ଼ିଥିବା ସ୍ଥାନକୁ ନେଇଥିଲା।

Related story