ଉଦ୍‌ଘାଟନ ପୂର୍ବରୁ ଭାଙ୍ଗିଲା ଫଳକ, ଅଧା ରହିଲା ଲୋକାର୍ପଣ ପର୍ବ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ମିଶନ ଶକ୍ତିର କାଫେ ଉଦ୍‌ଘାଟନ ପୂର୍ବରୁ ଭାଙ୍ଗିଲା ଫଳକ। ଯାହାଫଳରେ ଅଧାରେ ରହିଲା ଲୋକାର୍ପଣ ପର୍ବ। ଏପରି ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି। ମାତ୍ର କିଏ ଓ କାହିଁକି ଉଦ୍‌ଘାଟନ ଫଳକ ଭାଙ୍ଗିଲା, ତାହା ଜଣାପଡ଼ି ନାହିଁ। ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ମିଶନଶକ୍ତି ପକ୍ଷରୁ ଏକ କାଫେ ଉଦ୍‌ଘାଟନ ହେବାର ଥିଲା। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେବାର ଥିଲା। ତେବେ ଦୁଇ ବିଜେଡି […]

Kendrapara

Manoranjan Sial
  • Published: Tuesday, 31 August 2021
  • , Updated: 31 August 2021, 08:23 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ମିଶନ ଶକ୍ତିର କାଫେ ଉଦ୍‌ଘାଟନ ପୂର୍ବରୁ ଭାଙ୍ଗିଲା ଫଳକ। ଯାହାଫଳରେ ଅଧାରେ ରହିଲା ଲୋକାର୍ପଣ ପର୍ବ। ଏପରି ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି। ମାତ୍ର କିଏ ଓ କାହିଁକି ଉଦ୍‌ଘାଟନ ଫଳକ ଭାଙ୍ଗିଲା, ତାହା ଜଣାପଡ଼ି ନାହିଁ।

ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ମିଶନଶକ୍ତି ପକ୍ଷରୁ ଏକ କାଫେ ଉଦ୍‌ଘାଟନ ହେବାର ଥିଲା। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେବାର ଥିଲା। ତେବେ ଦୁଇ ବିଜେଡି ବିଧାୟକ ଆସିବା ପୂର୍ବରୁ କେଫେ ଭିତରେ ପୂଜାର୍ଚ୍ଚନା ଚାଲିଥିଲା। ପୁରୋହିତ ପୂଜା କରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କାଫେ ଫଳକୁ ଭାଙ୍ଗି ଦେଇଥିଲେ।

ଉଦ୍‌ଘାଟନ ପୂର୍ବରୁ ଫଳକ ଭଙ୍ଗା ଯାଇଥିବା ଜାଣି ଦୁଇ ବିଧାୟକ ଆସିନଥିଲେ। ଯାହାଫଳରେ ଅଧା ରହିଲା ଲୋକାର୍ପଣ ପର୍ବ। ତେବେ ଏଠି ପ୍ରଶ୍ନ ଉଠୁଛି, ଫଳକୁ ଭାଙ୍ଗିଲା କିଏ ଓ କେଉଁ କାରଣରୁ ଭଙ୍ଗା ଯାଇଛି? ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି। ତେବେ ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story