ବୁଢାବଳଙ୍ଗ ନଦୀ ପଠାରେ ଚାଲିଛି ଭିକ୍ଷୁକ ମେଳା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଆଜି ହେଉଛି କାର୍ତ୍ତିକ ମାସର ଶେଷ ଦିନ। ସେଥିପାଇଁ ବାଲେଶ୍ୱର ସହର ବୁଢାବଳଙ୍ଗ ନଦୀ କୂଳରେ ଥିବା ବାଲିଘାଟରେ ଚାଲିଛି ଭିକ୍ଷୁକ ମେଳା। ମହାମାରୀ କରୋନା ସତ୍ତ୍ୱେ ଏହି ମେଳାରେ ଯୋଗଦେଇଛନ୍ତି ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଶହ ଶହ ସଂଖ୍ୟାରେ ଭିକାରୀ। ଯେଉଁମାନେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀର ଗୋଟିଏ ଦିନ ଆଗରୁ ଟ୍ରେନ୍‌ ଯୋଗେ ବାଲେଶ୍ୱର ଆସିଥାନ୍ତି। ଆଉ ପୂର୍ଣ୍ଣମୀ ଦିନ ବଡ଼ି ଭୋରୁ ବୁଢାବଳଙ୍ଗ ନଦୀକୂଳରେ ନିଜ ନିଜ […]

Balasore

Manoranjan Sial
  • Published: Friday, 19 November 2021
  • , Updated: 19 November 2021, 08:55 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଆଜି ହେଉଛି କାର୍ତ୍ତିକ ମାସର ଶେଷ ଦିନ। ସେଥିପାଇଁ ବାଲେଶ୍ୱର ସହର ବୁଢାବଳଙ୍ଗ ନଦୀ କୂଳରେ ଥିବା ବାଲିଘାଟରେ ଚାଲିଛି ଭିକ୍ଷୁକ ମେଳା। ମହାମାରୀ କରୋନା ସତ୍ତ୍ୱେ ଏହି ମେଳାରେ ଯୋଗଦେଇଛନ୍ତି ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଶହ ଶହ ସଂଖ୍ୟାରେ ଭିକାରୀ।

ଯେଉଁମାନେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀର ଗୋଟିଏ ଦିନ ଆଗରୁ ଟ୍ରେନ୍‌ ଯୋଗେ ବାଲେଶ୍ୱର ଆସିଥାନ୍ତି। ଆଉ ପୂର୍ଣ୍ଣମୀ ଦିନ ବଡ଼ି ଭୋରୁ ବୁଢାବଳଙ୍ଗ ନଦୀକୂଳରେ ନିଜ ନିଜ ଜାଗରେ ବସିଥାଆନ୍ତି। ଶ୍ରଦ୍ଧାଳୁମାନେ ବାଲିଘାଟରେ ବୋଇତ ଭଷାଇବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି। ଆଉ ତା’ପରେ ସେଠାରେ ବସିଥିବା ଭିକ୍ଷୁକମାନଙ୍କ ନିଜ ସମ୍ବଳ ମୁତାବକ ଚାଉଳ, ଟଙ୍କା, ବିସ୍କୁଟ, ଲୁଗା ଆଦି ଦାନଧର୍ମ କରି ପୂର୍ଣ୍ଣ ଅର୍ଜନ କରିଥାନ୍ତି। ସେଥିପାଇଁ ଯିଏବି ଏଠାକୁ ବୋଇତ ବନ୍ଦାଇବାକୁ ଆସିଥାନ୍ତି, ସେମାନେ ହାତରେ ନିଶ୍ଚୟ କିଛି ନା କିଛି ଦାନ ଜିନିଷଧରି ଆସିଥାନ୍ତି।

ବାଲିଘାଟରେ ଗୋଟିଏ କିଲୋମିଟର ଲମ୍ବରେ ଏମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବସିଥାନ୍ତି। ସେଥିପାଇଁ ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି। ପ୍ରତିବର୍ଷ ଯେଉଁମାନେ ଆସିଥାନ୍ତି, ସେମାନେ ନିଜ ନିଜ ଜାଗା ଆଗୁଆ ବାଛି ନେଇଥାନ୍ତି। ଏଠାକୁ ଆସି କେହି ନିରାଶ ହୋଇନଥାନ୍ତି। ସେଥିପାଇଁ ବିଶେଷକରି ଓଡ଼ିଶା ଓ ପଶ୍ଚିମବଙ୍ଗର ଏହି ଭିକ୍ଷୁକମାନେ ଆଗୁଆ ଆସି ଡେରା ପକାଇଥାନ୍ତି। ଭିକ୍ଷା ଦେଉଥିବା ଲୋକେ ଆଜିର ଦିନରେ ଯେତିକି ଖୁସି ଅନୁଭବ ନକରେ ତା’ଠାରୁ ଭିକ୍ଷା ନେଇ ଏହି ଭିକ୍ଷୁକମାନେ ବେଶ ତୃପ୍ତି ଅନୁଭବ କରିଥାନ୍ତି।

Related story