ଥମୁନି ଚାଷୀ ଆତ୍ମହତ୍ୟା: ବିଷ ପିଇଲେ ଆଉ ଜଣେ ଚାଷୀ

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 10:29 AM IST
<p>ବ୍ରହ୍ମପୁର: ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗାଁରେ। ମୃତ ଚାଷୀଙ୍କ ନାଁ ରାଜେନ୍ଦ୍ର ଭୂୟାଁ। ଫସଲ ନଷ୍ଟ ଯୋଗୁଁ ରାଜେନ୍ଦ୍ର ବିଷ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।</p> <p>ରାଜେନ୍ଦ୍ର କୌଣସି ବ୍ୟାଙ୍କରୁ ଋଣ କରି ନ ଥିଲେ ମଧ୍ୟ ଅନେକ ଟଙ୍କା ହାତ ଉଧାରି କରିଥିଲେ। ତେଣୁ ଫସଲ ନଷ୍ଟ ପରେ ଋଣ ଟଙ୍କା ଶୁଝିବା ଚିନ୍ତାରେ ସେ ଚାପରେ ରହିଥିଲେ ବୋଲି ସୂଚନା ମିଳିଛି।</p> <p>ସୂଚନାଯୋଗ୍ୟ, ଗତ ୫ ଦିନ ତଳେ ବଲାଙ୍ଗିର ସଦର ବ୍ଲକ ସେମିଲିଆ ଗାଁରେ ଚାଷୀ ରାଧାକାନ୍ତ ସୁନା ବିଷ ପିଇଥିବା ଅଭିଯୋଗ ହୋଇଥିଲା। ଋଣ ଭାର ସହିନପାରି ସେ ବିଷ ପିଇଥିବା ପରିବାର ଲୋକେ କହିଥିଲେ।</p>

Related story