ଋଣ ନାଁରେ ଚଳୁ କରିଦେଲେ ୪ କୋଟି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜାଲ୍ କାଗଜ ପତ୍ରରେ ଠକି ନେଲେ ୪ କୋଟି ଟଙ୍କା।  ବ୍ରହ୍ମପୁରରୁ ସାମନାକୁ ଆସିଛି ଏଭଳି ବଡ ଧରଣର ଠକେଇ। ଜାଲ୍ କାଗଜପତ୍ର କରି ୨୬ ଜଣଙ୍କ ନାଁରେ ଲୋନ୍ ଉଠାଇ ନେଇଛନ୍ତି। ଏହି  ଭିଯୋଗରେ ଗିରଫ ହୋଇଛନ୍ତି ଗୁପ୍ତେଶ୍ୱର ପଟ୍ଟନାୟକ। ତାଙ୍କୁ ବ୍ରହ୍ମପୁର ବଡବଜାର ଥାନା ପୁଲିସ ଗିରଫ କରିଛି।  ବ୍ୟାଙ୍କର ମ୍ୟାନେଜର ସହ ମିଶି ସେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୁପ୍ତେଶ୍ୱର ପଟ୍ଟନାୟକ ଗିରଫ ହୋଇଥିବା ବେଳେ […]

Gupteswara fraud

Madhupriya Mistry
  • Published: Saturday, 27 November 2021
  • , Updated: 27 November 2021, 07:12 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜାଲ୍ କାଗଜ ପତ୍ରରେ ଠକି ନେଲେ ୪ କୋଟି ଟଙ୍କା।  ବ୍ରହ୍ମପୁରରୁ ସାମନାକୁ ଆସିଛି ଏଭଳି ବଡ ଧରଣର ଠକେଇ। ଜାଲ୍ କାଗଜପତ୍ର କରି ୨୬ ଜଣଙ୍କ ନାଁରେ ଲୋନ୍ ଉଠାଇ ନେଇଛନ୍ତି। ଏହି  ଭିଯୋଗରେ ଗିରଫ ହୋଇଛନ୍ତି ଗୁପ୍ତେଶ୍ୱର ପଟ୍ଟନାୟକ। ତାଙ୍କୁ ବ୍ରହ୍ମପୁର ବଡବଜାର ଥାନା ପୁଲିସ ଗିରଫ କରିଛି।  ବ୍ୟାଙ୍କର ମ୍ୟାନେଜର ସହ ମିଶି ସେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୁପ୍ତେଶ୍ୱର ପଟ୍ଟନାୟକ ଗିରଫ ହୋଇଥିବା ବେଳେ ସଂପୃକ୍ତ ବ୍ୟାଙ୍କ୍ ମ୍ୟାନେଜର ଏଯାଏଁ ଫେରାର ଥିବା ଜଣାପଡିଛି।

ସୂଚନା ମୁତାବକ, ୨୦୧୮ ମସିହାରେ ଗୁପ୍ତେଶ୍ୱର ପଟ୍ଟନାୟକ ଅଭିଯୋଗକାରୀ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ମଧ୍ୟରେ ସମ୍ପର୍କ ଥିଲା। ଏ ଦୁଇ ଜଣ ମିଶି ସେତେବେଳର ଆନ୍ଧ୍ର ବ୍ୟାଙ୍କର ମ୍ୟାନେଜର ଗୋପାଳ ଚନ୍ଦ୍ର ଜେନାଙ୍କ ପାଖକୁ ଯାଇ ଦଶ ଲକ୍ଷ ଟଙ୍କାର ଲୋନ୍‌ କରିଥିଲେ। ଏ ବାବଦର ମଡକେଜ ଏବଂ କାଗଜ ପତ୍ର ସବୁ ବ୍ୟାଙ୍କ ପାଖରେ ରଖିଥିଲେ। କିଛି ଦିନ ପରେ ବ୍ୟାଙ୍କ ମ୍ୟାନେଜର ଗୋପାଳ ଚନ୍ଦ୍ର ଜେନା ଓ ଗୁପ୍ତେଶ୍ୱର ପଟ୍ଟନାୟକ ମିଶି ଉକ୍ତ କାଗଜ ପତ୍ର ବାବଦକୁ ପାଖାପାଖି ୨୫ ଲକ୍ଷ ଟଙ୍କାର ହୋମ୍‌ ଲୋନ୍‌ ଆଣିଥିଲେ। କିନ୍ତୁ ଏହି ଟଙ୍କା ଅଭିଯୋଗକାରୀ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ଆକାଉଣ୍ଟକୁ ନଯାଇ ସେ ଦୁଇ ଜଣ ନେଇଯାଇଥିଲେ।

ତେବେ ତିନି ବର୍ଷ ପରେ ଆନ୍ଧ୍ର ବ୍ୟାଙ୍କ ୟୁନିଅନ ବ୍ୟାଙ୍କ ସହ ମିଶିଗଲା ପରେ ୟୁନିଅର ବ୍ୟାଙ୍କର ମ୍ୟାନେଜର କେଉଁ ଲୋନ୍‌ଗୁଡିକର ବକେୟା ଟଙ୍କା ଆଦାୟ ନହୋଇ ପଡି ରହିଛି ସେନେଇ ବାବଦରେ ତଦନ୍ତ କରିଥିଲେ। ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଲୋନ୍‌ ଟଙ୍କା ସୁଝା ହୋଇନଥିବା ଯୋଗୁଁ ଅଭିଯୋଗକାରୀ ସୁରେଶ ଚନ୍ଦ୍ରଙ୍କ ପାଖକୁ କୋର୍ଟ ନୋଟିସ ଯାଇଥିଲା। କେବଳ ତାଙ୍କ ପାଖକୁ ନୁହେଁ ପାଖାପାଖି ୨୫ ଜଣଙ୍କ ପାଖକୁ ଏଭଳି ନୋଟିସ ଯାଇଥିଲା।  ଏମାନେ କୌଣସି ଲୋନ୍‌ ଉଠାଇ ନାହାନ୍ତି କି ତାଙ୍କ ଆକାଉଣ୍ଟଙ୍କୁ କୌଣସି ଟଙ୍କା ଆସି ନଥିବା ଅଭିଯେଗରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ପରେ ପୂର୍ବତନ ଆନ୍ଧ୍ର ବ୍ୟାଙ୍କ ମ୍ୟାନେଜର ଓ ଗୁପ୍ତେଶ୍ୱର ମିଶି ଏଭଳି ବିଭିନ୍ନ ବ୍ୟକ୍ତଙ୍କ ନାଁରେ ଲୋନ୍‌ ଉଠାଇ କୋଟି କୋଟି ଟଙ୍କା ଚଳୁ କରିଥିବା ଜଣାପଡିଛି।

Related story