ବ୍ରହ୍ମପୁର: ଖଲିକୋଟ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀଙ୍କ  ମଧ୍ୟରେ ଗଣ୍ଡଗୋଳ

ବ୍ରହ୍ମପୁର: ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଆହତ ହୋଇଛନ୍ତି। ଏହାସହ ଏକ ବାଇକକୁ ଭାଙ୍ଗି ପକାଇଛନ୍ତି। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ କିଛି ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଓ ପରାଜିତ ପାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। କିଛି ଛାତ୍ର ବାଡ଼ି ଓ ଲୁହା ରଡ୍ […]

khalikaota

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 10:20 AM IST

ବ୍ରହ୍ମପୁର: ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଆହତ ହୋଇଛନ୍ତି। ଏହାସହ ଏକ ବାଇକକୁ ଭାଙ୍ଗି ପକାଇଛନ୍ତି। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ କିଛି ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଓ ପରାଜିତ ପାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। କିଛି ଛାତ୍ର ବାଡ଼ି ଓ ଲୁହା ରଡ୍ ଧରି ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିବାରୁ ଗଣ୍ଡଗୋଳ ହୋଇଥିଲା। ନିର୍ବାଚନ ପରଠାରୁ ବିଶ୍ୱବିଦ୍ୟାଳୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହାକୁ ନେଇ ୮ଦିନ ପୂର୍ବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ବିଶ୍ୱବିଦ୍ୟାଳୟ ପରିସର ଶାନ୍ତି ଶୃଙ୍ଖଳା ରଖିବା ପାଇଁ  ଓଏସଡ଼ି ପ୍ରଫେସର ମନ୍ମଥ ପାଢୀ ଛାତ୍ରମାନଙ୍କୁ ନିବେଦନ କରିଛନ୍ତି।

Related story