ବ୍ରହ୍ମପୁରରେ ପିଡିସ୍ ଗହମ ହେରଫେର ଅଭିଯୋଗ: ୨୫୦ ବସ୍ତା ଗହମ ଜବତ

ଭୁବନେଶ୍ୱର:ସାଧାରଣ ବଣ୍ଟନ ପାଇଁ ଉଦ୍ଧିଷ୍ଟ ଗହମ ହେରଫେର ହୋଇଥିବା ଅଭିଯୋଗରେ ବ୍ରହ୍ମପୁର ପୁଲିସ ଓ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ଚଢଉ କରାଯାଇ ୨୫୦ ବସ୍ତା ଗହମକୁ ଜବତ କରାଯାଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଆଗା ସାହିରେ ଥିବା ବ୍ୟବସାୟୀ ପ୍ରଫୁଲ ପାତ୍ରଙ୍କ ୨ଟି ଗୋଦାମ ଗୃହ ଓ ମିଲ୍ ଉପରେ ଏହି ଚଢାଉ କରାଯାଇଥିଲା। ଅନ୍ୟପଟେ ଜବତ ହୋଇଥିବା ଗହମ କିଣାଯାଇଛି ବୋଲି ଗୋଦାମ ମାଲିକ କହିଛନ୍ତି। ଗତକାଲି କେତେକ କଣ୍ଟ୍ରଲ୍ ଦୋକାନକୁ ଯୋଗାଣ ହୋଇଥିବା ଗହମ […]

ghama

Rakesh Mallick
  • Published: Saturday, 30 May 2015
  • , Updated: 30 May 2015, 09:48 AM IST

ଭୁବନେଶ୍ୱର:ସାଧାରଣ ବଣ୍ଟନ ପାଇଁ ଉଦ୍ଧିଷ୍ଟ ଗହମ ହେରଫେର ହୋଇଥିବା ଅଭିଯୋଗରେ ବ୍ରହ୍ମପୁର ପୁଲିସ ଓ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ଚଢଉ କରାଯାଇ ୨୫୦ ବସ୍ତା ଗହମକୁ ଜବତ କରାଯାଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଆଗା ସାହିରେ ଥିବା ବ୍ୟବସାୟୀ ପ୍ରଫୁଲ ପାତ୍ରଙ୍କ ୨ଟି ଗୋଦାମ ଗୃହ ଓ ମିଲ୍ ଉପରେ ଏହି ଚଢାଉ କରାଯାଇଥିଲା। ଅନ୍ୟପଟେ ଜବତ ହୋଇଥିବା ଗହମ କିଣାଯାଇଛି ବୋଲି ଗୋଦାମ ମାଲିକ କହିଛନ୍ତି। ଗତକାଲି କେତେକ କଣ୍ଟ୍ରଲ୍ ଦୋକାନକୁ ଯୋଗାଣ ହୋଇଥିବା ଗହମ ବାଟମାରଣା ହୋଇଥିବାର ଖବର ପାଇ ବ୍ରହ୍ମପୁର ଅତିରିକ୍ତ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ବ୍ରହ୍ମପୁର ଏସଡ଼ିପିଓ ଠାକୁର ପ୍ରସାଦ ପାତ୍ର ଏହି ଚଢଉ କରିଥିଲେ।

Related story