ଲଭ୍‌, ସେକ୍ସ ଓ ଧୋକା: ଯୁବତୀଙ୍କ ଅଭିଯୋଗ ମୋତେ ବାହା ହୋଇଥିଲେ ଏବେ ସେ...

ସୋର(ଶଶିକାନ୍ତ ବେହେରା):ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ । ଆଉ ଶେଷରେ ପ୍ରତାରଣା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡାର ଜଣେ ଯୁବକ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପୀଡିତା । ଏଭଳି ଅଭାବନୀୟ ଘଟଣା ଘଟିଛି ଖନ୍ତାପଡା ଥାନା ଅଞ୍ଚଳରେ। ଘଟଣା ଅନୁଯାଇ ଭଦ୍ରକ ତିହିଡି ଅଞ୍ଚଳର ଜଣେ ଝିଅ ନର୍ସିଂ ତାଲିମ ନେବା […]

9087

Tapas Behera
  • Published: Thursday, 19 December 2019
  • , Updated: 19 December 2019, 05:58 PM IST

ସୋର(ଶଶିକାନ୍ତ ବେହେରା):ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ । ଆଉ ଶେଷରେ ପ୍ରତାରଣା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡାର ଜଣେ ଯୁବକ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପୀଡିତା । ଏଭଳି ଅଭାବନୀୟ ଘଟଣା ଘଟିଛି ଖନ୍ତାପଡା ଥାନା ଅଞ୍ଚଳରେ। ଘଟଣା ଅନୁଯାଇ ଭଦ୍ରକ ତିହିଡି ଅଞ୍ଚଳର ଜଣେ ଝିଅ ନର୍ସିଂ ତାଲିମ ନେବା ପାଇଁ ବାଲେଶ୍ୱର ଆସିଥିବା ସମୟରେ ସେଠାରେ ହୋଟେଲରେ କାର୍ଯ୍ୟ କରୁଥିବା ପଣପଣା ଅଞ୍ଚଳର ଯୁବକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା।

ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲା ସଂପୃକ୍ତ ଯୁବକ । ଖାଲି ସେତିକି ନୁହେଁ, ପୁରୀରେ ରଥଯାତ୍ରା ସମୟରେ ଯୁବକ ତାଙ୍କୁ ବିବାହ କରିଥିଲା । ତେବେ ଏହାର କିଛି ଦିନ ପରେ  ତାଙ୍କୁ ଯୁବକ ଜଣକ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ।

ଖନ୍ତାପଡା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟ ଆଈଙ୍କ ଘରେ ଯୁବତୀଙ୍କୁ ଛାଡି ଯୁବକ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପୀଡିତା । ଯୁବକ ଜଣଙ୍କ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବା ପାଇଁ ଚକ୍ରାନ୍ତ କରୁଥିବା ଖବର ପାଇବା ପରେ ଏ ନେଇ ପୀଡିତା ଖନ୍ତାପଡା ଥାନାରେ ଗତ ୨ ତାରିଖରୁ ଅଭିଯୋଗ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପୀଡିତା।

Related story