ଭଦ୍ରକ ବରପଦା ଇଞ୍ଜିନୟରିଂ କଲେଜର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କଲେ ସରକାର

ଭୁବନେଶ୍ୱର: ଭଦ୍ରକର ବରପଦା ଇଞ୍ଜିନୟରିଂ କଲେଜର ପରିଚାଳନା ପାଇଁ ଏକ ଅନ୍ତରୀଣ କମିଟି ସରକାର ଗଠନ କରିଛନ୍ତି । ଜିଲ୍ଲାପାଳ ଏହି କମିଟିର ମୁଖ୍ୟ ରହିବେ ଏବଂ ଆନ୍ଦୋଳନରତ କର୍ମଚାରୀ ଏହାର ସଦସ୍ୟ ରହିବେ। କଲେଜରେ ଆର୍ଥିକ କାରବାର ସମ୍ୱନ୍ଧୀୟ  ପରିଚାଳନା ଜିଲ୍ଲାପାଳ କରିବେ। ପରିଚାଳନା କମିଟିର ସଦସ୍ୟମାନେ  ଆର୍ଥିକ କାରବାରରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଏହି ସୂଚନା ଦେଇଛି। ଗତ କିଛି ଦିନ ଧରି ଏହି କଲେଜରେ […]

bhadrk

bhadrk

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 02:56 AM IST

ଭୁବନେଶ୍ୱର: ଭଦ୍ରକର ବରପଦା ଇଞ୍ଜିନୟରିଂ କଲେଜର ପରିଚାଳନା ପାଇଁ ଏକ ଅନ୍ତରୀଣ କମିଟି ସରକାର ଗଠନ କରିଛନ୍ତି । ଜିଲ୍ଲାପାଳ ଏହି କମିଟିର ମୁଖ୍ୟ ରହିବେ ଏବଂ ଆନ୍ଦୋଳନରତ କର୍ମଚାରୀ ଏହାର ସଦସ୍ୟ ରହିବେ। କଲେଜରେ ଆର୍ଥିକ କାରବାର ସମ୍ୱନ୍ଧୀୟ  ପରିଚାଳନା ଜିଲ୍ଲାପାଳ କରିବେ। ପରିଚାଳନା କମିଟିର ସଦସ୍ୟମାନେ  ଆର୍ଥିକ କାରବାରରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଏହି ସୂଚନା ଦେଇଛି। ଗତ କିଛି ଦିନ ଧରି ଏହି କଲେଜରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଅସନ୍ତୋଷ ଦେଖାଦେଇଥିଲା। କଲେଜର ପରିଚାଳନା ଦାୟିତ୍ୱ ସରକାର ହାତକୁ ନେବା ଦାବିରେ କର୍ମଚାରୀ ଓ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos