ଭଦ୍ରକରେ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜୋରଜବରଦସ୍ତ ବଟି ଆଦାୟକୁ ବିରୋଧ କର ଆଜି ଭଦ୍ରକ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିଛି। ଭଦ୍ରକ ବସ୍ ସିଣ୍ଡିକେଟର ଡାକରାରେ ବସ୍ ଚଳାଚଳ ବନ୍ଦ ରହିଛି। ମଝି ରାସ୍ତାରେ ବସ୍‌କୁ ଅଟକାଇ ବଟି ଆଦାୟ କରିବା ଓ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସିଣ୍ଡିକେଟ ପକ୍ଷରୁ ଏହି ବନ୍ଦ କରାଯାଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପୁଲିସ ପଦକ୍ଷେପ ନ ନେବାରୁ ଭଦ୍ରକ ବସ୍ ସିଣ୍ଡିକେଟ ପକ୍ଷରୁ ଆଜି […]

bhadrak

  • Published: Tuesday, 04 October 2022
  • , Updated: 04 October 2022, 01:31 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜୋରଜବରଦସ୍ତ ବଟି ଆଦାୟକୁ ବିରୋଧ କର ଆଜି ଭଦ୍ରକ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିଛି। ଭଦ୍ରକ ବସ୍ ସିଣ୍ଡିକେଟର ଡାକରାରେ ବସ୍ ଚଳାଚଳ ବନ୍ଦ ରହିଛି। ମଝି ରାସ୍ତାରେ ବସ୍‌କୁ ଅଟକାଇ ବଟି ଆଦାୟ କରିବା ଓ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସିଣ୍ଡିକେଟ ପକ୍ଷରୁ ଏହି ବନ୍ଦ କରାଯାଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପୁଲିସ ପଦକ୍ଷେପ ନ ନେବାରୁ ଭଦ୍ରକ ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ବସ୍ ଚଳାଚଳ ବନ୍ଦ ରଖାଯାଇଛି।

ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପାର୍ବଣ ପାଇଁ ଅନ୍ୟ ଜିଲ୍ଲାରୁ ବାଲେଶ୍ୱର ଦେଇ ଯାଉଥିବା ବସ୍  ସ୍ୱାଭାବିକ ଭାବେ ଚଳାଚଳ କରୁଛି ।  ଟାଉନ ଥାନା ପୁଲିସ ପହଞ୍ଚି ଭଦ୍ରକ ବସ୍ ସିଣ୍ଡିକେଟ ସହ ଆଲୋଚନା କରୁଛି।

ଗତକାଲି କିଛି ଅସାମାଜିକ ବ୍ୟକ୍ତି ଭଦ୍ରକର ୬ ଖଣ୍ଡ ବସ୍‌କୁ ସୋରରେ ଅଟକାଇ ବଟି ମାଗିଥିଲେ। ବଟି  ନ ଦେବାରୁ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସେମାନେ ଦୁର୍ବ୍ୟବହାର କରିଥିବା ଭଦ୍ରକ ବସ୍ ସିଣ୍ଡିକେଟ ଅଭିଯୋଗ କରିଛି।

Related story