ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ଓ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୁଅ ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ସାଂସଦ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ। ଏ କଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଉଲ୍ଲେଖ […]

arjunsethi

arjunsethi

Jitendra Garnayak
  • Published: Saturday, 30 March 2019
  • Updated: 30 March 2019, 02:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ଓ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ପୁଅ ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ସାଂସଦ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ। ଏ କଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି,“ ଗତ କିଛି ମାସ ମଧ୍ୟରେ ମୁଁ ଆପଣଙ୍କୁ ବାରମ୍ବାର ଭେଟିଥିଲି। ୟା ଭିତରେ ଆପଣ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ମୋ ପୁଅକୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯିବ। କିନ୍ତୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା।”

ଅର୍ଜୁନ ଆହୁରି ଲେଖିଛନ୍ତି,“ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଯାଇଥିଲି। ଆପଣଙ୍କୁ ଭେଟିବାକୁ ନବୀନ ନିବାସରେ ମୁଁ ୪ ଘଣ୍ଟା ଧରି ଅପେକ୍ଷା କରିଥିଲି। ଏହା ସତ୍ତ୍ୱେ ଆପଣଙ୍କ ପାୱାର କରିଡର ମୋତେ ଆପଣଙ୍କ ସହିତ ଭେଟିବାକୁ ସୁଯୋଗ ଦେଇ ନଥିଲା। ଏ ବୟସରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ମୋ ପାଇଁ ଗ୍ରହଣୀୟ ନଥିଲା। ମୁଁ ଅନୁଭବ କଲି ବିଜେଡି ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲି ଯାଇଛି।”

ସେ ଲେଖିଛନ୍ତି,“ବିଜେଡି ଓ ଆପଣ ନିଜେ ଏହା ସ୍ପଷ୍ଟ କରି ଦେଲେ ଯେ ଦଳରେ ଆଉ ମୋର କିଛି ଆବଶ୍ୟକତା ନାହିଁ। ଏ ବୟସରେ ଏହା ମୋ ପାଇଁ ବଡ଼ ଝଟକା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଇସ୍ତଫା ଦେଉଛି।”

ସୂଚନାଯୋଗ୍ୟ, ଅର୍ଜୁନ ସେଠୀ ୫ ଥର ବିଜେଡି ଟିକେଟ୍‌ରେ ଲୋକସଭାକୁ ଯାଇଥିବା ବେଳେ ଥରେ ଜନତା ଦଳ ଓ ଦୁଇ ଥର କଂଗ୍ରେସ ଟିକେଟ୍‌ରେ ଯାଇଥିଲେ। ସବୁଥର ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story