ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର ବିରୋଧରେ ସତ୍ୟାଗ୍ରହ  

ଭଦ୍ରକ (ପାର୍ଥ ସାରଥୀ ନାୟକ): ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ଭଦ୍ରକ ବିରୋଧ କରାଯାଇଛି। ଏସବୁକୁ ବିରୋଧ କରି ପୁରୁଣାବଜାର ସ୍ଥିତ ମଲ୍ଲିକ ମୈଦାନ ଠାରେ ଭଦ୍ରକ ମୁସଲିମ ଯୁଵକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ଗତକାଲି ୭୧ତମ ସାଧାରଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ଆଉ ସେମାନଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। […]

bhadrak

Jyoshna Pradhan
  • Published: Monday, 27 January 2020
  • , Updated: 27 January 2020, 10:05 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ଭଦ୍ରକ ବିରୋଧ କରାଯାଇଛି। ଏସବୁକୁ ବିରୋଧ କରି ପୁରୁଣାବଜାର ସ୍ଥିତ ମଲ୍ଲିକ ମୈଦାନ ଠାରେ ଭଦ୍ରକ ମୁସଲିମ ଯୁଵକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ଗତକାଲି ୭୧ତମ ସାଧାରଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ଆଉ ସେମାନଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ କରିଛନ୍ତି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶରେ ନିଆଯିବ ବୋଲି ମୁସଲିମ ଯୁଵକ ସଂଘ ପକ୍ଷରୁ କୁହାଯାଇଛି।

Related story