ମୁଣ୍ଡରେ ମାଟି ଝୁଡ଼ି ବୋହିଲେ ସରକାରୀ ବାବୁ

ଭଦ୍ରକ (ପାର୍ଥସାରଥୀ ନାୟକ): ନାହିଁ ସରକାରୀ ବାବୁଙ୍କ ପରି ଥାଟବାଟ। ସାଧାରଣ ଲୋକଟିଏ ପରି କାମ କରୁଥିବା ଶ୍ରମିକଙ୍କ ସହ ଭାବ ବିନିମୟ କଲେ। ପରେ ନିଜେ ମାଟି ହାଣିଲେ ଓ ମୁଣ୍ଡରେ ମାଟି ଝୋଡ଼ି ବୋହିଲେ ଭଦ୍ରକ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ମଧୁସୂଦନ ଦାସ। କ୍ଷେତ୍ର ପରିଦର୍ଶନ କରିବାକୁ ଯାଇ ସେ ଏପରି କାମ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଧାମରା ଝାଡ଼କଟା ଗାଁରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ […]

bhadrak

Manoranjan Sial
  • Published: Sunday, 28 February 2021
  • , Updated: 28 February 2021, 06:23 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ନାହିଁ ସରକାରୀ ବାବୁଙ୍କ ପରି ଥାଟବାଟ। ସାଧାରଣ ଲୋକଟିଏ ପରି କାମ କରୁଥିବା ଶ୍ରମିକଙ୍କ ସହ ଭାବ ବିନିମୟ କଲେ। ପରେ ନିଜେ ମାଟି ହାଣିଲେ ଓ ମୁଣ୍ଡରେ ମାଟି ଝୋଡ଼ି ବୋହିଲେ ଭଦ୍ରକ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ମଧୁସୂଦନ ଦାସ। କ୍ଷେତ୍ର ପରିଦର୍ଶନ କରିବାକୁ ଯାଇ ସେ ଏପରି କାମ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

ଧାମରା ଝାଡ଼କଟା ଗାଁରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି(ଏମ୍‌ଜିଏନ୍‌ଆର୍‌ଜିଏସ୍‌) ଯୋଜନାରେ କାମ ଚାଲିଛି। କାମ କେମିତି ଚାଲିଛି, ତାହାର ତଦାରଖ କରିବା ପାଇଁ ଶନିବାର ଭଦ୍ରକ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ମଧୁସୂଦନ ଦାସ ଝାଡ଼କଟା ଗାଁକୁ ଯାଇଥିଲେ। ସେତେବେଳେ ସେଠାରେ ଶ୍ରମିକମାନେ କାମ କରୁଥିଲେ। ଏହା ଦେଖି ପିଡି ନିଜେ ଶ୍ରମିକଙ୍କ ସହ ମିଶି କୋଦାଳରେ ମାଟି ହାଣିଥିଲେ। ପରେ ମୁଣ୍ଡରେ ଚୁମୁଳା(ଲୁଗା) ରଖି ମାଟି ଝୁଡ଼ି ମୁଣ୍ଡାଇ ଥିଲେ। ଜଣେ ଶ୍ରମିକ ପଳି ସେ ମାଟି ଉଠାଇ ଥିଲେ। ପିଡିଙ୍କ ଏଭଳି କାମ ଦେଖି ଚାନ୍ଦବାଲି ବିଡ଼ିଓ ମଧ୍ୟ ମାଟି ହାଣିଲେ। ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଯାଇ ଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

ମାଟି ଝୁଡ଼ି ମୁଣ୍ଡାଇବା କଥାକୁ ସ୍ୱୀକାର କରିଛନ୍ତି ପିଡି ମଧୁସୂଦନ ଦାସ। ସେ କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସରେ ପଇସା ଆସିନାହିଁ। ଏହା ସତ୍ତ୍ୱେ ଲୋକମାନେ ଦେଢ଼ ମାସ ହେଲା କାମ କରୁଛନ୍ତି। ଏହି ସମସ୍ୟା କେବଳ ଓଡ଼ିଶାର ନୁହେଁ, ସମଗ୍ର ଦେଶରେ ଦେଖାଦେଇଛି। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଝୁଡ଼ିରେ ମାଟି ବୋହିଲି। ଆମେ ଯଦି ଲୋକଙ୍କ ସହିତ ନମିସିବା, ତାହାହେଲେ ସେମାନେ କେମିତି ଉତ୍ସାହିତ ହେବେ ବୋଲି ପିଡି ଶ୍ରୀ ଦାସ କହିଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଯୋଗୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଗାଁକୁ ଫେରିଛନ୍ତି। ସେମାନଙ୍କ ହାତକୁ କାମ ଦେବା ପାଇଁ ଏମ୍‌ଜିଏନ୍‌ଆରଇଜିଏସରେ କାମ ଯୋଗାଇ ଦିଆଯାଇଛି। ହେଲେ ଭଦ୍ରକ ଜିଲ୍ଲାରେ ଶ୍ରମିକ ବଦଳରେ ମେସିନ୍‌ରେ କାମ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହା ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ପିଡି କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଶନିବାର ସେ ଝାଡ଼କଟା ଗାଁକୁ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇ ମାଟି ଝୁଡ଼ି ମୁଣ୍ଡାଇ ଥିବା ଦେଖିବାକୁ ମିଳିଛି।

Related story