ଭଦ୍ରକରେ ରାମନବମୀ ପାଇଁ କଳସ ଶୋଭାଯାତ୍ରା ଉପରେ କଟାକଣା ଉଠାଇଲେ ହାଇକୋର୍ଟ

Ordigital Desk
  • Published: Friday, 23 March 2018
  • , Updated: 23 March 2018, 06:05 PM IST
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକରେ ରାମନବମୀ ପାଇଁ କଳସ ଶୋଭାଯାତ୍ରାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। କଳସ ଶୋଭାଯାତ୍ରା ଉପରେ ପ୍ରଶାସନ ରୋକ ଲଗାଇଥିଲା ଏହାକୁ ଶ୍ରୀରାମ ଯଜ୍ଞ ସମିତି ଚାଲେଞ୍ଜ କରିଥିଲା। ଏହା ଉପରେ ଶୁଣାଣି କରି କଳସ ଶୋଭାଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ୍। ଏହା ସହିତ ଦୁଇ ସପ୍ତାହରେ ଜବାବ ଦାଖଲ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ହାଇକୋର୍ଟର ସିଙ୍ଗଲ ବେଞ୍ଚ ଜଜ୍ କଳସ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଥିଲେ।</p>

Related story