ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା

ଭଦ୍ରକ(ପାର୍ଥସାରଥୀ ନାୟକ): ଆଇରନ୍‌ ବୋଝେଇ ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍‌ ନଥିବାରୁ ଟ୍ରକ୍‌କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଆଇରନ୍‌ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ କରୁଥିଲା। ଏପରିକି ଟ୍ରକ୍‌ର ପରମିଟ ନଥିଲା। ଭଦ୍ରକଠାରେ ଆରଟିଓ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟ୍ରକ୍‌ଟି ଧରା […]

bhadrak

Manoranjan Sial
  • Published: Tuesday, 01 December 2020
  • , Updated: 01 December 2020, 03:49 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଆଇରନ୍‌ ବୋଝେଇ ଟ୍ରକକୁ ୮୭ ହଜାର ୬୨୦ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍‌ ନଥିବାରୁ ଟ୍ରକ୍‌କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି।

ସୂଚନା ଅନୁଯାୟୀ, ଆଇରନ୍‌ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ କରୁଥିଲା। ଏପରିକି ଟ୍ରକ୍‌ର ପରମିଟ ନଥିଲା। ଭଦ୍ରକଠାରେ ଆରଟିଓ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟ୍ରକ୍‌ଟି ଧରା ପଡ଼ିଥିଲା। ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବା ସୂଚନା ମିଳିଛି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ।

Related story