ସିଭିଲ୍‌ ଇଞ୍ଜିନିୟର ବୋହୂ ମଦ ବେପାରୀ!

ଭଦ୍ରକ(ପାର୍ଥସାରଥୀ ନାୟକ): ସିଭିଲ ଇଂଜିନିୟର୍‌ ବୋହୂ କରୁଥିଲା ଦେଶୀ ମଦ ବେପାର! ଆଉ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୁଅ ଓ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୁଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ କରିଛି। ଗ୍ରାମାଞ୍ଚଳ ଥାନା ଘୁଷୁରିପୋଖରୀ ଗାଁ ସରସ୍ୱତୀ ସିଂ ଘର ପଛ ପାର୍ଶ୍ୱରେ ଦେଶ ମଦ […]

bhadrak

Manoranjan Sial
  • Published: Thursday, 14 January 2021
  • , Updated: 14 January 2021, 04:26 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ସିଭିଲ ଇଂଜିନିୟର୍‌ ବୋହୂ କରୁଥିଲା ଦେଶୀ ମଦ ବେପାର! ଆଉ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୁଅ ଓ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୁଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ କରିଛି।

ଗ୍ରାମାଞ୍ଚଳ ଥାନା ଘୁଷୁରିପୋଖରୀ ଗାଁ ସରସ୍ୱତୀ ସିଂ ଘର ପଛ ପାର୍ଶ୍ୱରେ ଦେଶ ମଦ ରାନ୍ଧି ବେପାର କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଗୁରୁବର ଅଚାନକ ଚଢ଼ଉ କରି ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ ବୋହୂ ସରସ୍ୱତୀ ଓ ତାଙ୍କ ଶାଶୂଙ୍କୁ ଗିରଫ କରିଛି। ଚଢ଼ଉ ସମ୍ପର୍କରେ ଜାଣିପାରି ସରସ୍ୱତୀଙ୍କ ଦୁଇ ପୁଅ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରୁ ପୁଲିସ ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିଛି। ଏହାଛଡ଼ା ନଗଦ ଏକ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ବୋହୂ ସିଭିଲ୍‌ ଇଞ୍ଜିନିୟରିଂ ପାସ୍‌ କରିଥିବା ଜଣାପଡ଼ିଛି।

 

Related story