କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ, ମୋଷ୍ଟୱାଣ୍ଟେଡ୍‌ଙ୍କ ଶ୍ୱଶୁର ଗିରଫ 

ଭଦ୍ରକ (ପାର୍ଥସାରଥୀ ନାୟକ): କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କଲା ପୁଲିସ। ଏହି ମାମଲାରେ ମୋଷ୍ଟୱାଣ୍ଟେଡ୍‌ ଏସ୍‌.କେ ଅସଗରଙ୍କ ଶ୍ୱଶୁରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ସଦର ଥାନା ପୁଲିସ। ଜବତ ହୋଇଥିବା ବ୍ରାଉନ୍‌ସୁଗର ଅଟୋରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସୁଥିଲା। ଏସ୍‌.କେ ଅସଗରଙ୍କ ଶ୍ୱଶୁର ଓ ତାଙ୍କର ୩ ସାଥୀ ମିଶି ଏକ ଅଟୋରେ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଧରି ଭଦ୍ରକ ଗ୍ରାମାଞ୍ଚଳ ଅଭିମୁଖେ ଆସୁଥିଲେ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ […]

Brown Suger

Manoranjan Sial
  • Published: Saturday, 17 July 2021
  • , Updated: 17 July 2021, 03:34 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କଲା ପୁଲିସ। ଏହି ମାମଲାରେ ମୋଷ୍ଟୱାଣ୍ଟେଡ୍‌ ଏସ୍‌.କେ ଅସଗରଙ୍କ ଶ୍ୱଶୁରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ସଦର ଥାନା ପୁଲିସ। ଜବତ ହୋଇଥିବା ବ୍ରାଉନ୍‌ସୁଗର ଅଟୋରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସୁଥିଲା।

ଏସ୍‌.କେ ଅସଗରଙ୍କ ଶ୍ୱଶୁର ଓ ତାଙ୍କର ୩ ସାଥୀ ମିଶି ଏକ ଅଟୋରେ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଧରି ଭଦ୍ରକ ଗ୍ରାମାଞ୍ଚଳ ଅଭିମୁଖେ ଆସୁଥିଲେ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ୍‌ ନିକଟରେ ଗ୍ରାମାଞ୍ଚଳ ଥାନା ପୁଲିସ ଅଟୋଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ଅଟୋରୁ ଏକ କିଲୋରୁ ଅଧିକ ବ୍ରାଉନସୁଗର ମିଳିଥିଲା। ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଏହି ମାମଲାରେ ପୁଲିସ ଜଳେଶ୍ୱରର ବ୍ରାଉନସୁଗର ମାଫିଆ ଚାଚିର ଭାଇ ଓ ମୋଷ୍ଟ ୱାନଟେଡ୍‌ ଏସ.କେ. ଅସଗରର ଶ୍ୱଶୁର ଏସ.କେ. ଅବଦୁଲ ହମିଦଙ୍କ ସହିତ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦୟପୁର ଗାଁର ମନୋଜ ଦାସ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବରାଳପୋଖରୀ ଗାଁର କୁନିଲତା ଷଡଙ୍ଗୀ ଏବଂ ଅଜୟ କୁମାର ଷଡଙ୍ଗୀଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସୂଚନାରୁ ପ୍ରକାଶ, ଦିନକୁ ଦିନ ଭଦ୍ରକ ଟାଉନ୍‌ ଅଞ୍ଚଳରେ ବ୍ରାଉନସୁଗର କାରବାର ବଢ଼ି ଚାଲିଛି। ମାଫିଆମାନେ ଦିନ ଦି’ ପହରରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ବ୍ରାଉନସୁଗର କାରବାର କରୁଛନ୍ତି। ହେଲେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ।

Related story