Advertisment

Loot: ପୁଣି ସେହି ଭୁଲ

ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ସିସିଟିଭି ଫୁଟେଜଗୁଡ଼ିକୁ ପୁଲିସ ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Bike

ଏହି ବାଇକର ଡିକି ଭାଙ୍ଗି ଲୁଟ୍ ହୋଇଛି।

Advertisment

ଯେଉଁ ଭୁଲ ପୂର୍ବରୁ ଅନେକ ଲୋକ କରିଥିଲେ, ଆଜି ସେହି ଭୁଲ କରିଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଗୌରହରି ମହାନ୍ତି। ତାଙ୍କର ଟିକିଏ ଅବହେଳାରୁ ଉଡ଼ିଗଲା ସାଢ଼େ ୪ଲକ୍ଷରୁ ଅଧିକ ଟଙ୍କା। ‘ହେଇ ପଳାଇ ଆସିବି’ ଭାବି ସେ ଦୋକାନ ଭିତରକୁ ପଶୁ ପଶୁ କେଇ ସେକେଣ୍ଡ ମଧ୍ୟରେ ବାଇକ୍ ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ।

Advertisment

ଲୁଟ୍ ହୋଇଥିବା ଟଙ୍କା ହେଉଛି ଗୌରହରି ମହାନ୍ତିଙ୍କ ଭଣଜାଙ୍କର। ତାଙ୍କ ଭଣଜାଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାଁରେ ଏଲଆଇସି ପଲିସି ରହିଥିବା ବେଳେ ଏହି ଟଙ୍କା ସେହି ବାବଦକୁ ଜମା ହୋଇଥା’ନ୍ତା।

ଗୌରହରି କହିଛନ୍ତି ଯେ, ସେ ଆଜି ଟଙ୍କା ଆଣିବା ପାଇଁ ବାଲେଶ୍ୱର ଜିଲ୍ଲା ସୋରରେ ରହୁଥିବା ତାଙ୍କ ଭଣଜାଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ଓ ତାଙ୍କ ଭଣଜା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ତାଙ୍କ ଭଣଜା ଟଙ୍କା ଉଠାଇଥିଲେ। ୪ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ତାଙ୍କ ଦୋକାନକୁ ଗଲୁ। ସେଠାରେ ଟଙ୍କା ବିଡ଼ାକୁ ଏକ ବ୍ୟାଗରେ ଭର୍ତ୍ତି କରି ସେ ଗାଡ଼ି ଡିକିରେ ରଖି ଭଦ୍ରକ ଅଭିମୁଖେ ଆସିଥିଲେ। ଏକ ଜେରକ୍ସ କରିବାକୁ ସେ ଚରମ୍ପା ବଜାରରେ ଅଟକି ଥିଲେ। ଦୋକାନ ଆଗରେ ସେ ଗାଡ଼ି ରଖିଥିଲେ। ସେ ଦୋକାନର ଦୁଆର ମୁହଁ ପର୍ଯ୍ୟନ୍ତ ଯାଇଥିବା ବେଳେ କେହି ଜଣେ ଡିକି ତାଡ଼ି ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇଗଲା। ସେ ଦୁର୍ବୃତ୍ତଙ୍କୁ ଦେଖି ନାହାନ୍ତି। କିନ୍ତୁ ତାଙ୍କ ଚିହ୍ନାପରିଚିତ ଜଣେ ବ୍ୟକ୍ତି ଲୁଟ୍‌ ହେବାର ଦେଖିଥିଲେ।

Advertisment

Loot
ଲୁଟ୍‌ ବେଳର ଦୃଶ୍ୟ

ସିସିଟିଭିରେ ଲୁଟ୍‌ ବେଳର ଦୃଶ୍ୟ ରେକର୍ଡ ହୋଇଛି। ଗୌରହରି ବାଇକ୍ ରଖି ଦୋକାନକୁ ଯିବା ପରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନିକଟକୁ ଆସିଥିଲେ। ସେ ହେଲମେଟ ପିନ୍ଧିଥିଲେ। ସେ ଡିକି ତାଡ଼ି ଟଙ୍କା ଭର୍ତ୍ତି ବ୍ୟାଗ ଧରି ଦୌଡ଼ିଗଲେ। ରାସ୍ତାର ଅପରପାର୍ଶ୍ୱରେ ବାଇକ ଧରି ଅପେକ୍ଷା କରିଥିବା ଆଉ ଜଣେ ଦୁର୍ବୃତ୍ତ ସହିତ ସେ ଫେରାର ହୋଇଯାଇଥିଲେ।

ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ସିସିଟିଭି ଫୁଟେଜଗୁଡ଼ିକୁ ପୁଲିସ ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବୃତ୍ତମାନଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe