/odisha-reporter/media/media_files/2025/10/10/shiba-malllick-2025-10-10-15-30-43.jpg)
ଗିରଫ ଓଏଏସ୍ ଶିବ ମଲ୍ଲିକ
ଲାଞ୍ଚ ନେଇ ଗତ ମାସରେ ଗିରଫ ହୋଇ ଜାମିନରେ ଆସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ତଥା ଓଏଏସ୍ ଅଫିସର ଶିବ ମଲ୍ଲିକଙ୍କୁ ପୁଣି ଥରେ ଗିରଫ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଦର୍ଶାଇ ଭିଜିଲାନ୍ସ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରି ଆଜି ତାଙ୍କୁ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି।
ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଓଏଏସ୍ ଅଫିସର ଶିବ ମଲ୍ଲିକ ତାଙ୍କ ଆୟଠାରୁ ୧୯୦% ଅଧିକ ସଂପତ୍ତି ଠୁଳ କରିଛନ୍ତି। ତାଙ୍କର ୪ଟି କୋଠା ଘର ସହିତ ୭ଟି ଦାମୀ ପ୍ଲଟ୍ ଅଛି। ସେ ୧୮ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧.୫୪ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କର ୪ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଅଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ କଟକ ଭିଜିଲାନ୍ସ ଥାନାରେ ଶିବ ମଲ୍ଲିକଙ୍କ ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଜାରି ରହିଛି।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଓଏଏସ୍ ଅଫିସର ଶିବ ମଲ୍ଲିକ। ସେପ୍ଟେମ୍ବର ୨୪ ତାରିଖରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ଏକ ସରକାରୀ ଜମିରୁ ଅବୈଧ ନିର୍ମାଣ ହଟାଇବା ପାଇଁ ସେ ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ଏହା ପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ଚଢ଼ାଉ କରିଥିଲା।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଆଉ ଜଣେ ଓଏଏସ୍ ଅଫିସର। ତାଙ୍କ ନାଁ ବନମାଳି ଶତପଥୀ। ସେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍ଏସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।
Following release from jail in earlier case for taking ₹20,000 bribe, Sri Siba Mallick, OAS, Tahsildar, Mahakalpada, #Kendrapara was arrested today in another case for possessing DA of 190% of income, incld 4 bldgs, 7 plots, deposits Rs.18 lakhs, cash Rs.1.55 lakh, etc.
— Odisha Vigilance (@OdishaVigilance) October 10, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
