ମରିଗଲେଣି ଭଗବାନ, ତାଙ୍କ ନାଁରେ ଟଙ୍କା ଆଣି ଖାଇଗଲେ!

ଉଦଳା (ମାନସ ପାଣି): ଆଜି ଭଗବାନ ନାହାନ୍ତି। କିନ୍ତୁ ତାଙ୍କ ନାଁରେ ଡଗୱାଲ ଆସିଥିବା ଦର୍ଶାଇ ଖାଇଗଲେ। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କପ୍ତିପଦା ବ୍ଲକ ବଡ଼ଖଲାଡ଼ି ଗାଁର ଭଗବାନ ବେହେରା। ୨୦୧୫ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ସେପ୍ଟେମ୍ୱର ମାସରେ ତାଙ୍କ ନାଁରେ ଡଗ୍‌ୱାଲ୍‌ ଖୋଳିବା ପାଇଁ ଟଙ୍କା ମଞ୍ଜୁର ହୋଇଛି। ଯାହା ସରକାରୀ ନଥିପତ୍ରରେ ରହିଛି। ତେବେ ଅସାଧୁବ୍ୟକ୍ତିମାନେ ଏକ ପୁରୁଣା […]

barupada

Manoranjan Sial
  • Published: Wednesday, 12 August 2020
  • , Updated: 12 August 2020, 06:10 PM IST

ଉଦଳା (ମାନସ ପାଣି): ଆଜି ଭଗବାନ ନାହାନ୍ତି। କିନ୍ତୁ ତାଙ୍କ ନାଁରେ ଡଗୱାଲ ଆସିଥିବା ଦର୍ଶାଇ ଖାଇଗଲେ। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

କପ୍ତିପଦା ବ୍ଲକ ବଡ଼ଖଲାଡ଼ି ଗାଁର ଭଗବାନ ବେହେରା। ୨୦୧୫ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ସେପ୍ଟେମ୍ୱର ମାସରେ ତାଙ୍କ ନାଁରେ ଡଗ୍‌ୱାଲ୍‌ ଖୋଳିବା ପାଇଁ ଟଙ୍କା ମଞ୍ଜୁର ହୋଇଛି। ଯାହା ସରକାରୀ ନଥିପତ୍ରରେ ରହିଛି। ତେବେ ଅସାଧୁବ୍ୟକ୍ତିମାନେ ଏକ ପୁରୁଣା ଡଗୱାଲକୁ ଦେଖାଇ ଟଙ୍କା ଖାଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ କିଛି ଜାଣିନାହାନ୍ତି। ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲା ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିଲା। ଆଜି ଲୋକାୟୁକ୍ତଙ୍କ ପ୍ରତିନିଧିମାନେ ବଡ଼ଖଲାଡ଼ି ପଞ୍ଚାୟତ ଗସ୍ତରେ ଯାଇଥିଲେ। ଭଗବାନଙ୍କ ନାଁରେ ମଞ୍ଜୁର ହୋଇଥିବା ଗଡ୍‌ୱାଲ୍‌ର କାଗଜ ପତ୍ର ଯାଞ୍ଚ କରିଥିଲେ। ପରେ ମୃତକ ଭଗବାନଙ୍କ ଘରକୁ ଯାଇ ଡଗୱାଲ ସମ୍ପର୍କରେ ପଚାରି ବୁଝିଥିଲେ।

ତେବେ ଲୋକାୟୁକ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story