କଟକ: ଆଠଗଡ ସେସୁ ଡିଭିଜନ ଓ ସବ୍ ଡିଭିଜନ୍ ଅଫିସରେ ଭଙ୍ଗାରୁଜା ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ବିଭାଗୀୟ ଜେଇ ଓ ଏସଡିଓଙ୍କ ପକ୍ଷରୁ ଆଠଗଡ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ବୁଧବାର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ଆଠଗଡ଼ ସେସୁ ଡିଭିଜନ ଓ ସବ ଡିଭିଜନ୍ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ସନ୍ତୋଷ ମଲ୍ଲିକ ନାମକ ଜଣେ କର୍ମଚାରୀ ଗୋଡ଼ିଝରିଆ ଛକରେ ଖୁଣ୍ଟରେ ଚଢ଼ି ମରାମତି କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳକୁ ଗଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ଼ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।