ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏ ଅଭୟାରଣ୍ୟ ବନ୍ଦ ରହିଥିଲା। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟକୁ ଆସିପାରିବେ। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ  ବୋଟ୍‌ରେ […]

kendrapara

Jyoshna Pradhan
  • Published: Thursday, 01 August 2019
  • , Updated: 01 August 2019, 09:12 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏ ଅଭୟାରଣ୍ୟ ବନ୍ଦ ରହିଥିଲା।

ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟକୁ ଆସିପାରିବେ।

ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ  ବୋଟ୍‌ରେ ଯିବା ବେଳେ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story