ଭିତରକନିକାରେ ୫୦ ହଜାରରୁ ଅଧିକ ଦେଶୀୟ ପକ୍ଷୀଙ୍କ ସମାଗମ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ  ୫୦ ହଜାରରୁ ଅଧିକ ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି। ଏଥିମଧ୍ୟରୁ ୧୧ପ୍ରଜାତିର ବଗ, ଗେଣ୍ଡାଳିଆ, ପାଣିକୁଆ, ମାଛରଙ୍କା ପରି ଦେଶୀ ପକ୍ଷୀଙ୍କ ଭିଡ଼ ଜମିଛି। ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରୁ ଭିତରକନିକା ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଇଥାନ୍ତି। ଗତବର୍ଷ ୯୬,୪୩୭ଟି ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ଥର ଅଧିକ ସଂଖ୍ୟକ ଆସିବେ ବୋଲି ଆଶା କରାଯାଉଛି। ସେପଟେ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ କନିକା […]

bhitarkanika-birds

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 09:07 AM IST

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ  ୫୦ ହଜାରରୁ ଅଧିକ ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି। ଏଥିମଧ୍ୟରୁ ୧୧ପ୍ରଜାତିର ବଗ, ଗେଣ୍ଡାଳିଆ, ପାଣିକୁଆ, ମାଛରଙ୍କା ପରି ଦେଶୀ ପକ୍ଷୀଙ୍କ ଭିଡ଼ ଜମିଛି। ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରୁ ଭିତରକନିକା ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଇଥାନ୍ତି।

ଗତବର୍ଷ ୯୬,୪୩୭ଟି ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ଥର ଅଧିକ ସଂଖ୍ୟକ ଆସିବେ ବୋଲି ଆଶା କରାଯାଉଛି। ସେପଟେ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ କନିକା ରେଞ୍ଜ ଅଧୀନରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇ ନଜର ରଖାଯାଇଛି।

Related story