ସରକାରୀ ସ୍କୁଲରେ ବିଜେଡି ବିଧାୟକଙ୍କ ଜନ୍ମଦିନ ପାଳନ

ଜଳେଶ୍ୱର (ଅଜିତ କୁମାର ଦାସ): ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ବିଜେଡି ବିଧାୟକଙ୍କ ଜନ୍ମଦିନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦାରୁ। ଓଡ଼ିଶାର ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଜନ୍ମଦିନ ପାଳନ ସରିବା ପରେ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା। ପିଲାମାନେ ପାଠ ପଢ଼ିବା ବଦଳରେ ବିଧାୟକଙ୍କ ଜନ୍ମଦିନରେ ସାମିଲ ହୋଇ କେକ୍‌, ଭାତ […]

bhograi-bjd-mla-celebrate-his-birth-day-celebration-in-govt-schoo

Manoranjan Sial
  • Published: Wednesday, 28 August 2019
  • , Updated: 28 August 2019, 05:57 PM IST

ଜଳେଶ୍ୱର (ଅଜିତ କୁମାର ଦାସ): ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ବିଜେଡି ବିଧାୟକଙ୍କ ଜନ୍ମଦିନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦାରୁ। ଓଡ଼ିଶାର ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଜନ୍ମଦିନ ପାଳନ ସରିବା ପରେ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା। ପିଲାମାନେ ପାଠ ପଢ଼ିବା ବଦଳରେ ବିଧାୟକଙ୍କ ଜନ୍ମଦିନରେ ସାମିଲ ହୋଇ କେକ୍‌, ଭାତ ଓ ମାଛ ଝୋଳ ଖାଇଛନ୍ତି।

୭୯ ବର୍ଷରେ ପଦାର୍ପଣ କଲେ ଭୋଗରାଇ ବିଧାୟକ ଅନନ୍ତ ଦାସ। ଆଜି ସେ ତାଙ୍କ ଜନ୍ମଦିନ କମର୍ଦ୍ଦା ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳନ କରିଛନ୍ତି। ଜୟନ୍ତୀ କମିଟି ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋଦ୍‌ ବିଧାୟକ ଅନନ୍ତ ଦାସ ଯୋଗଦେଇ ଜନ୍ମଦିନ କେକ୍ କାଟି ଥିଲେ। କାର୍ଯ୍ୟକ୍ରମରେ ଅନେକ ଲୋକ ଯୋଗଦେଇ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ କେକ୍ ବଣ୍ଟନ କରାଯାଇଥିଲା। ପରେ ଭୋଜିଭାତର ବ୍ୟବସ୍ଥା ହୋଇଥିଲା। ଭାତ, ମାଛ ଝୋଳ, ଘାଣ୍ଟ, ପାୟସ୍‌ ଓ ଖଟା ଆଇଟ୍‌ମ ହୋଇଥିଲା। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ବିଜେଡିର ଦଳୀୟ କର୍ମୀମାନେ ସାମିଲ ହୋଇ ଭୋଜି ଖାଇଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ସ୍କୁଲ ଚାଲିଥିବା ବେଳେ ବିଜେଡି ବିଧାୟକ ଜନ୍ମଦିନ ପାଳିବା କେତେଦୂର ଯୁକ୍ତିଯୁକ୍ତି? ଏଥିପାଇଁ ପ୍ରଧାନଶିକ୍ଷୟିତ୍ରୀ କେମିତି ଅନୁମତି ଦେଲେ? ଏ ସମ୍ପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରଧାନଶିକ୍ଷୟିତ୍ରୀ ଉତ୍ତର ଦେବା ପରିବର୍ତ୍ତେ ଆମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। କିଛି କହିବାକୁ ସିଧାସିଧା ମନା କରିଦେଇଥିଲେ।

ସରକାରୀ ସ୍କୁଲ ପରିସରରେ ବିଧାୟକଙ୍କ ଜନ୍ମଦିନ ପାଳନକୁ ବିଜେପି ନିନ୍ଦା କରିଛି। ବିଧାୟକ ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ କିଭିଳି ସରକାରୀ ବିଦ୍ୟାଳୟରେ କଲେ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ନେତା ଦିଲ୍ଲୀପ କାମିଳା କହିଳା କହିଛନ୍ତି, “ସ୍କୁଲ ଚାଲୁଥିବା ସମୟରେ ବିଧାୟକ ମହାଶୟ ସ୍କୁଲ ପରିସରରେ ଜନ୍ମଦିନ ପାଳନ କରୁଛନ୍ତି। ଏହା ଅତି ଦୁର୍ଭାଗ୍ୟଜନକ। ଏପରି କାର୍ଯ୍ୟକ୍ରମ କରିବା ପାଇଁ ସ୍କୁଲର ପ୍ରଧାନଶିକ୍ଷକ ଓ ବିଇଓ କେମିତି ଅନୁମତି ଦେଲେ? ତାହା ନିଶ୍ଚିତ ତଦନ୍ତ ସାପେକ୍ଷ।”

ସେପଟେ କାର୍ଯ୍ୟକ୍ରମ ସଂପର୍କରେ ଜାଣିନଥିବା ଓ ଏଥିପାଇଁ ଅନୁମତି ଦିଆଯାଇନଥିବା ବିଇଓ କହିଛନ୍ତି।

Related story