ଭୁବନେଶ୍ୱର: କାଟେଣି ଛକ ତ୍ରାହି ଅଚ୍ୟୁତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡ଼ାଜଳା

trahi ashrama-kateniଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କାଟେଣି ଛକରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିବା ଜଣାପଡିଛି । ଆଜି ସ୍ଥାନୀୟ ଅଞ୍ଚଳର କିଛି ଉତ୍ତ୍ୟକ୍ତ ଲୋକ ସଂଘବଦ୍ଧ ହୋଇ ଉକ୍ତ ଆଶ୍ରମରେ ପହଞ୍ଚି ଆସବାବପତ୍ର ସବୁ ଭଙ୍ଗାରୁଜା କରିବା ସହ ଆଶ୍ରମ ପରିସରରେ ଥିବା ଏକ ଚାଳ ଘରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ ମୁତୟନ କରାଯାଇଛି।