ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ୍ ଉତ୍ସାହ ଉଦ୍ଦୀପନାର ସହ ମହାପ୍ରଭୁଙ୍କ ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ବି ବାଣୀବିହାରରେ ରଥଯାତ୍ରା ଆୟୋଜିତ ହୋଇଥିଲା । ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନରେ ୩ ଠାକୁରଙ୍କ ରଥକୁ ଟାଣିଥିଲେ ଶ୍ରଦ୍ଧାଳୁ। ସେହିପରି ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ମଧ୍ୟ ଆୟୋଜିତ ହୋଇଥିଲା ଶ୍ରୀଜୀଉଙ୍କ ରଥଯାତ୍ରା। ସକାଳୁ ସକାଳୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଏବଂ ରୀତିନୀତି ସରିବା ପରେ ଅପରାହ୍ନରେ ରଥଟଣା ହୋଇଥିଲା।ସେହିପରି ହରିଦାସପୁରରେ ମଧ୍ୟରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଶଙ୍ଖ, ଘଣ୍ଟଘଣ୍ଟା ଏବଂ ହରିବୋଲ ଧ୍ୱନୀ ଦେଇ ତିନି ଠାକୁରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ ସ୍ଥାନୀୟ ଗ୍ରାମବାସୀ।