୭ରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ (ସୋମବାର)ରୁ ଏହା ପୁଣି ଆରମ୍ଭ ହେବ। ଆଜି ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ଟ୍ୱିଟ୍‌ରେ କୁହାଯାଇଛି, କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା। ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା […]

Aiims

Jitendra Garnayak
  • Published: Friday, 04 February 2022
  • , Updated: 04 February 2022, 05:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ (ସୋମବାର)ରୁ ଏହା ପୁଣି ଆରମ୍ଭ ହେବ। ଆଜି ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏହି ଟ୍ୱିଟ୍‌ରେ କୁହାଯାଇଛି, କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା। ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍‌ମିସନ ଏବଂ ଓଟି ଗୁଡ଼ିକ କାର୍ଯ୍ୟକାରୀ ହେବ। କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି।

ଜାନୁଆରୀ ମାସରେ କରୋନା ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ସେବାକୁ ବନ୍ଦ କରି ଦେଇଥିଲେ। ତେବେ ଜରୁରିକାଳୀନ ସେବା ଜାରି ରହିଥିଲା। ଏମିତିକି ଏଠାକାର ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୩୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ।

Related story