Advertisment

ଭୁବନେଶ୍ୱର ଏମ୍‌ସରେ ଲାଗିବ ଦୁଇଟି ଇକ୍‌ମୋ ମେସିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍‌ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ମହାମାରୀ କରୋନାରେ ଗୁରୁତର […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା  

AIIMs

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍‌ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।

Advertisment

ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକ୍‌ମୋ ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇସାରିଲାଣି। ଏପରି ସ୍ଥିତି ଓଡ଼ିଶାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମ୍‌ସରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିବାର ବ୍ୟବସ୍ଥା କରାଯାଉଛି। ଏହା ନିଶ୍ଚିତ ଓଡ଼ିଶା ପରି ରାଜ୍ୟ ପାଇଁ ଖୁସି ଖବର। ଏମ୍‌ସରେ ଇକମୋ ମେସିନ୍‌ ଲାଗିଲେ ଭବିଷ୍ୟତରେ ଆଉ ରାଜ୍ୟ ବାହାରକୁ ଗୁରୁତର ରୋଗୀଙ୍କୁ ଏୟାରଲିପ୍ଟିଂ କରିବାକୁ ପଡ଼ିବନାହିଁ।

ସେପଟେ ଓଡ଼ିଶା ସରକାର କଟକ ଏସ୍‌ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଇକ୍‌ମୋ ମେସିନ୍‌ ଲଗାଇବାର ବ୍ୟବସ୍ଥା କରୁଛନ୍ତି। ଏସ୍‌ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କ୍ୟାପିଟାଲ୍‌ ମେଡିକାଲ୍‌ ପାଇଁ ସିଏସ୍‌ଆର୍‌ ପାଣ୍ଠିରେ ଇକ୍‌ମୋ ମେସିନ୍‌ ଲାଗିବ ବୋଲି ଜଣାପଡ଼ିଛି। ତେବେ କେବେ ଏହି ଦୁଇ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଲାଗିବ, ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

Advertisment
AIIMS Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe