ଭୁବନେଶ୍ୱର: ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଏକ ଅଳିଆ ଗଦାରୁ ଆଜି ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ୟୁନିଟ୍-୮ ସିବିଆଇ ଅଫିସ ନିକଟରେ ଥିବା ଅଳିଆ ଗଦାରେ ଶିଶୁକନ୍ୟାଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପରେ ଶିଶୁଟିକୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ପିଲାଟିକୁ କିଏ ଏଭଳି ଅବସ୍ଥାରେ ଅଳିଆ ଗଦାରେ ପକାଇ ଦେଇଗଲା […]

sisu ib captial

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 01:03 PM IST

ଭୁବନେଶ୍ୱର: ରାଜଧାନୀର ଏକ ଅଳିଆ ଗଦାରୁ ଆଜି ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ୟୁନିଟ୍-୮ ସିବିଆଇ ଅଫିସ ନିକଟରେ ଥିବା ଅଳିଆ ଗଦାରେ ଶିଶୁକନ୍ୟାଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପରେ ଶିଶୁଟିକୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ପିଲାଟିକୁ କିଏ ଏଭଳି ଅବସ୍ଥାରେ ଅଳିଆ ଗଦାରେ ପକାଇ ଦେଇଗଲା ତାହା ଜଣାପଡିନାହିଁ । ଏବେ ଶିଶୁକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇ ଚିକିତ୍ସା କରାଯିବ ବୋଲି ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ୟୁନିଟ-୮ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Related story