କେତେ ସୁରକ୍ଷିତ ସିଟି ବସ୍? ଚାଲୁଥିବା ବେଳେ ଲାଗି ଗଲା ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଆଜି ଏଠାରେ ପୋଖରୀପୁଟ ନିକଟରେ ଏକ ସିଟି ବସ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। ବସ୍‌ର ନିମ୍ନ ଭାଗରେ ନିଆଁ ଲାଗିବା ପରେ ଜୋରରେ ଧୂଆଁ ବାହାରିଥିଲା। ଠିକଣା ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇ ଦେଇଥିଲେ। ତେବେ କେଉଁ କାରଣରୁ ବସ୍‌ରେ  ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ, ଗତ ମେ ମାସରେ କଟକରେ ଏକ ଘରୋଇ […]

busimage

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 04:19 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଆଜି ଏଠାରେ ପୋଖରୀପୁଟ ନିକଟରେ ଏକ ସିଟି ବସ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି।

ବସ୍‌ର ନିମ୍ନ ଭାଗରେ ନିଆଁ ଲାଗିବା ପରେ ଜୋରରେ ଧୂଆଁ ବାହାରିଥିଲା। ଠିକଣା ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇ ଦେଇଥିଲେ। ତେବେ କେଉଁ କାରଣରୁ ବସ୍‌ରେ  ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି।

ସୂଚନାଯୋଗ୍ୟ, ଗତ ମେ ମାସରେ କଟକରେ ଏକ ଘରୋଇ ବସ୍ ଜଳି ଯାଇଥିଲା।

Related story