- Videos
- Odisha
- ସାଇକ୍ଲୋଥନ ବିଜ୍ଞାପନ ଲଗାଇ ହରଡ଼ଘଣାରେ ସଂସ୍ଥା: ଦେବ ଏକ କୋଟି ଟଙ୍କାର ଜରିମାନା
ସାଇକ୍ଲୋଥନ ବିଜ୍ଞାପନ ଲଗାଇ ହରଡ଼ଘଣାରେ ସଂସ୍ଥା: ଦେବ ଏକ କୋଟି ଟଙ୍କାର ଜରିମାନା
- Published: Sunday, 04 February 2018
- , Updated: 04 February 2018, 11:02 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ୍ କନ୍‌ର୍ଭେସନ୍ ରିସର୍ଚ୍ଚ ଆସୋସିଏସନ୍ (PCRA) ପକ୍ଷରୁ ଭୁବନେଶ୍ୱରରେ ସକ୍ଷମ ସାଇକ୍ଲୋଥନ ଆୟୋଜିତ ହୋଇଥିବା ବେଳେ ତା’ ପୂର୍ବରୁ ବିଏମ୍‌ସି କୋଟିଏ ଟଙ୍କା ଜରିମାନା କରିଛି। ବିନା ଅନୁମତିରେ ଏବଂ ଫି’ ନ ଦେଇ ବିଏମ୍‌ସି ଅଧୀନରେ ଆସୁଥିବା ଅଞ୍ଚଳରେ ବିଜ୍ଞାପନ କିଓସ୍କ ଲଗାଇଥିବାରୁ PCRAକୁ କୋଟିଏ ଟଙ୍କାର ଜରିମାନା କରାଯାଇଛି। PCRA ପକ୍ଷରୁ ଅନଧିକୃତ ଭାବେ ମୋଟ ୨ହଜାରଟି କିଓସ୍କ୍ ଲଗାଯାଇଥିବା ବିଏମ୍‌ସି ଦର୍ଶାଇଛି। ସାତ ଦିନ ମଧ୍ୟରେ ଏକ କୋଟି ଟଙ୍କା ଜରିମାନା ଦେବାକୁ PCRAକୁ ନୋଟିସ୍ ହୋଇଛି। ଏପର୍ଯ୍ୟନ୍ତ ଜରିମାନା ନେଇ ବିଏମ୍‌ସି ପକ୍ଷରୁ କୌଣସି ଚିଠି ମିଳିଥିବା PCRA କର୍ତ୍ତୃପକ୍ଷ କହିଛନ୍ତି।</p>