ଭୁବନେଶ୍ୱରବାସୀଙ୍କୁ ଅନୁରୋଧ, ଆମକୁ ସହଯୋଗ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରବାସୀଙ୍କ ମୋର ଅନୁରୋଧ। ପୁଲିସକୁ ସହାୟତା କରନ୍ତୁ। ଏନ୍‌ଫୋର୍ସମେଣ୍ଟରେ ସାହାଯ୍ୟ କରାନ୍ତୁ। ଆଜି ରାତିରୁ ଭୁବନେଶ୍ୱର ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏପରି ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ […]

Umasankar-Dash

Manoranjan Sial
  • Published: Monday, 11 October 2021
  • , Updated: 11 October 2021, 04:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରବାସୀଙ୍କ ମୋର ଅନୁରୋଧ। ପୁଲିସକୁ ସହାୟତା କରନ୍ତୁ। ଏନ୍‌ଫୋର୍ସମେଣ୍ଟରେ ସାହାଯ୍ୟ କରାନ୍ତୁ। ଆଜି ରାତିରୁ ଭୁବନେଶ୍ୱର ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏପରି ଅନୁରୋଧ କରିଛନ୍ତି।

ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍‌ କର୍ଫ୍ୟୁ ଏନ୍‌ଫୋର୍ସମେଣ୍ଟରେ ବ୍ୟବହାର ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍‌ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍‌ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍‌ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରି ଡିସିପି କହିଛନ୍ତି, ବିଗତ ଦିନରେ ଯେମିତି ଆମକୁ ସହଯୋଗ କରିଥିଲେ, ଠିକ୍‌ ସେମିତି ଆଜିଠାରୁ ସହଯୋଗ କରିବେ। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ସହଯୋଗ କରିବେ। ତଥ୍ୟ ଅନୁସାରେ ଭୁବନେଶ୍ୱରର ଗ୍ରାଫ୍‌ ଉପର ମୁହାଁ ହେଉଛି। ତେଣୁ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ। ଭୁବନେଶ୍ୱରବାସୀଙ୍କୁ ଅନୁରୋଧ ପୁଲିସକୁ ସହାୟତା କରାନ୍ତୁ। ଏନ୍‌ଫୋର୍ସମେଣ୍ଟରେ ସାହାଯ୍ୟ କରାନ୍ତୁ ବୋଲି ଡିପିସି କହିଛନ୍ତି।

Related story