ଭୁବନେଶ୍ୱର: ଡ୍ରେନରେ ଭାସିଯାଇ ବାଳକ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ତଳସାହିରେ ଗତକାଲି ସନ୍ଧ୍ୟାରେ ଡ୍ରେନରେ ଭାସିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଳକ ଜଣଙ୍କ ହେଲେ ପୁପୁନ ବିଶ୍ୱାଳ। ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଓ ଡ୍ରେନ ବୁଡିଯାଇଥିଲା। ଟ୍ୟୁସନରୁ ଘରକୁ ଫେରୁଥିବାବେଳେ ପିଲାଟି ରାସ୍ତା ଜାଣି ନ ପାରି ଡ୍ରେନରେ ଖସି ପଡିଥିଲା। ପାଣି ସୁଅ ଅଧିକ ଥିବାରୁ ସେ ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା। ଅଗ୍ନିସେବା କର୍ମଚାରୀ […]

bbsr

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 02:06 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ତଳସାହିରେ ଗତକାଲି ସନ୍ଧ୍ୟାରେ ଡ୍ରେନରେ ଭାସିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଳକ ଜଣଙ୍କ ହେଲେ ପୁପୁନ ବିଶ୍ୱାଳ। ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଓ ଡ୍ରେନ ବୁଡିଯାଇଥିଲା। ଟ୍ୟୁସନରୁ ଘରକୁ ଫେରୁଥିବାବେଳେ ପିଲାଟି ରାସ୍ତା ଜାଣି ନ ପାରି ଡ୍ରେନରେ ଖସି ପଡିଥିଲା। ପାଣି ସୁଅ ଅଧିକ ଥିବାରୁ ସେ ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା। ଅଗ୍ନିସେବା କର୍ମଚାରୀ ପହଞ୍ଚି ବାଳକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ  ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡ୍ରେନ ଉପରେ ସ୍ଲାବ ନ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହେଉଛି । ଡ୍ରେନ ଉପରେ ତୁରନ୍ତ ସ୍ଲାବ ପକାଇବା ଦାବିରେ ଲୋକମାନେ ଦୀର୍ଘ ସମୟ ଧରି ସିବିଆଇ ଅଫିସ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ।

Related story