ବଦରାଗି ବାପା: ଚେଙ୍କ ଖାଇଲା ଅବାଧ୍ୟ ପୁଅ  

ଭୁବନେଶ୍ୱର: ପାଠ ପଢ଼ିଲାନି। ସବୁବେଳେ ଦୁଷ୍ଟ ହେଲା। ବାପା ଓ ମା’ଙ୍କ କଥା ମାନିଲାନି। ସେଥିପାଇଁ ଜଣେ ୫ ବର୍ଷର ପୁଅକୁ ତା’ ବାପା ଆଜି ଚେଙ୍କ ଦେଇଛି। ଏପରି ଅମାନବୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଶିଶୁର ଦେହରେ ଏକାଧିକ ଚେଙ୍କ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁର ମା’ ଏନେଇ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଶିଶୁର ବାପାଙ୍କୁ ଅଟକ […]

bbsr

Rakesh Mallick
  • Published: Wednesday, 29 March 2017
  • , Updated: 30 March 2017, 12:01 PM IST

ଭୁବନେଶ୍ୱର: ପାଠ ପଢ଼ିଲାନି। ସବୁବେଳେ ଦୁଷ୍ଟ ହେଲା। ବାପା ଓ ମା’ଙ୍କ କଥା ମାନିଲାନି। ସେଥିପାଇଁ ଜଣେ ୫ ବର୍ଷର ପୁଅକୁ ତା’ ବାପା ଆଜି ଚେଙ୍କ ଦେଇଛି। ଏପରି ଅମାନବୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଶିଶୁର ଦେହରେ ଏକାଧିକ ଚେଙ୍କ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶିଶୁର ମା’ ଏନେଇ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଶିଶୁର ବାପାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଶିଶୁର ମା’ କହିଛନ୍ତି,“ପୁଅ ପ୍ରବଳ ଦୁଷ୍ଟ ହେଉଥିଲା। ପାଠ ପଢ଼ୁନଥିଲା। ମୋ ଦେହ ଖରାପ ଯୋଗୁଁ ଆଜି ସକାଳେ ମାଡ଼ିକାଲ ଯାଇଥିଲେ। ଏହି ସମୟରେ ପୁଅ ବାହାରକୁ ଯାଇଥିବାରୁ ତା’ ବାପା ରାଗରେ ତାକୁ ମାଡ଼ ମାରିବା ସହିତ ଚେଙ୍କ ଦେଇଥିଲେ।”

ବାପା କହିଛନ୍ତି,“ସବୁବେଳେ ଦୁଷ୍ଟ ହେଲା ପାଠ ପଢ଼ିଲାନି। ତା’ ରୋଗଣା ମା’କୁ ସବୁବେଳେ ହଇରାଣ କରୁଥିଲା। ରାଗରେ ଏମିତି କରିଦେଇଛି।”

Related story